ଦିଲ୍ଲୀରୁ ବରେଲୀକୁ ଆରମ୍ଭ ହେଲା ବିମାନ ସେବା, ଯାଞ୍ଚ ହେବ ଯାତ୍ରୀଙ୍କ Covid ରିପୋର୍ଟ

Published By : Prameya-News7 Bureau | March 09, 2021 IST

ନୂଆଦିଲ୍ଲୀ ୯।୩: ବରେଲୀ-ନୂଆଦିଲ୍ଲୀ ବିମାନ ସେବା ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ମୁମ୍ବାଇ ଓ ଅନ୍ୟ ରାଜ୍ୟକୁ ମଧ୍ୟ ବିମାନ ଚଳାଚଳ ଆରମ୍ଭ କରିବ। ଏଥିରେ କରୋନା ଭାଇରସ ମହାମାରୀ ମଧ୍ୟ ଦେଶରେ ବ୍ୟାପିବାରେ ଲାଗିଛି। ଏଣୁ ସ୍ୱାସ୍ଥ୍ୟ ବିଭାଗଙ୍କ ଉପରେ ଏବେ ଯାତ୍ରୀଙ୍କ ଚାପ ବଢିବ ବୋଲି ଜଣାପଡ଼ିଛି। ସଡକ ଓ ରେଳ ଯାତ୍ରୀଙ୍କ ପରି ଏବେ ବିମାନ ଯାତ୍ରୀଙ୍କର ମଧ୍ୟ କୋଭିଡ ଯାଞ୍ଚ ହେବ ବୋଲି ଅନୁମାନ କରାଯାଉଛି।

{"id":420288,"sizeSlug":"large","linkDestination":"none"}

ଏବେ ପର୍ଯ୍ୟନ୍ତ ଜାରି ଗାଇଡଲାଇନରେ  ବିମାନ ବନ୍ଦରରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବା ନେଇ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ସଂକ୍ରମଣ ଆଶଙ୍କା ଦୂର କରିବା ଲାଗି ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମଚାରୀ ବିମାନ ବନ୍ଦରଦେଇ  ଯାତାୟାତ କରୁଥିବା ଲୋକଙ୍କ କୋଭିଡ ରିପୋର୍ଟ ଯାଞ୍ଚ କରିବେ ବୋଲି ଜଣାପଡିଛି। ଏଥିଲାଗି ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କୁ ବିମାନ ବନ୍ଦରରେ ୩ ଦିନର ସଦ୍ୟ ସ୍ୱାସ୍ଥ୍ୟ ରିପୋର୍ଟ ଦେଖାଇବାକୁ ପଡିବ। ଯଦି ଯାତ୍ରୀଙ୍କର କୋଭିଡ ରିପୋର୍ଟ ନଥାଏ ତେବେ ତାଙ୍କର କୋଭିଡ ଯାଞ୍ଚ କରାଯିବ ବୋଲି ଜଣାପଡିଛି।

{"id":420289,"sizeSlug":"large","linkDestination":"none"}

ଏହିକ୍ରମରେ ସଡକ ପଥରେ ଦିଲ୍ଲୀରୁ ବରେଲୀ  ପହଞ୍ଚିଥିବା ୧୯୫ ଜଣ ଯାତ୍ରୀଙ୍କ କୋଭିଡ ପରୀକ୍ଷଣ ହୋଇଥିବା ଜଣାପଡିଛି।  ଏଥିରୁ ୧୫୨ ଜଣଙ୍କ ଆଣ୍ଟିଜେନ ଟେଷ୍ଟ ହୋଇଥିବା ବେଳେ ୫୨ ଜଣଙ୍କର ଆରଟିପିସିଆର ପରୀକ୍ଷଣ କରାଯାଇଛି। ସେହିପରି ଦିଲ୍ଲୀରୁ ବରେଲୀ ଜଙ୍କସନକୁ ଆସୁଥିବା ଟ୍ରେନର ଯାତ୍ରୀଙ୍କୁ ମଧ୍ୟ କରୋନା ଯାଞ୍ଚ କରାଯାଉଛି। ତେବେ ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ପଡିଟିଭ ମିଳି ଥିବାର ସୂଚନା ନାହିଁ।

{"id":420290,"width":580,"height":435,"sizeSlug":"large","linkDestination":"none"}

ସେହିପରି ବରେଲୀକୁ ବିଦେଶରୁ ଆସିଥିବା ଲୋକଙ୍କ ଲାଗି ମଧ୍ୟ କଡା ସତର୍କତା ଅବଲମ୍ବନ କରାଯାଉଥିବା ଜଣାପଡିଛି। ଏବେ ବରେଲୀ ଜିଲ୍ଲାକୁ ବିଦେଶରୁ ଜଣେମାତ୍ର ବ୍ୟକ୍ତି ଆସିଛନ୍ତି। ତାଙ୍କର କୋଭିଡ ପରୀକ୍ଷଣ ହୋଇଥିବା ବେଳେ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି। ତଥାପି ତାଙ୍କୁ ଘରେ ଏକାନ୍ତବାସରେ ରହିବାକୁ ପରାମର୍ଶ ଦିଆଯାଇଛି। ବାହାରୁ ଆସୁଥିବା ଲୋକଙ୍କ ଲାଗି ଯେପରି ଜିଲ୍ଲାରେ କୋଭିଡ ନ ବ୍ୟାପେ ସେଥିଲାଗି ପ୍ରଶାସନ ଯଥାସମ୍ଭବ ସତର୍କତା ଅବଲମ୍ବନ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.