ଆଜିଠାରୁ ଝାରସୁଗୁଡା ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଚଳାଚଳ କରିବ ବିମାନ

Published By : Prameya-News7 Bureau | January 12, 2021 IST

ଝାରସୁଗୁଡା ୧୨।୧: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଜିଠାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଚାଲିବ ବିମାନ । ୧୮୯ ସିଟ୍ ବିଶିଷ୍ଟ ସ୍ପାଇସ୍ ଜେଟର ୭୩୭-୮୦୦ ବୋଇଂ ବିମାନ ମଙ୍ଗଳବାର ଦିନ ସାଢେ ୧୨ଟାରେ ମୁମ୍ବାଇରୁ ଉଡାଣ ଭରି ଝାରସୁଗୁଡାରେ ପହଞ୍ଚିବ । ଝାରସୁଗୁଡାରେ ପହଞ୍ଚିବା ପରେ ଏଠାରେ ଯାତ୍ରୀମାନଙ୍କୁ ସ୍ବାଗତ କରାଯିବା ସହ ବେଙ୍ଗାଲୁରୁକୁ ପ୍ରଥମ ଉଡାଣ ଭରିବ ।

ସେହିପରି ସନ୍ଧ୍ୟା ୫ଟା ୪୦ମିନିଟରେ ବେଙ୍ଗାଲୁରୁରୁ ଆସି ଝାରସୁଗୁଡାରେ ପହଞ୍ଚିବା ପରେ ମୁମ୍ବାଇକୁ ପ୍ରଥମ ଉଡାଣ କରିବ । ସପ୍ତାହରେ ୪ ଦିନ ଉଡାଣ କରିବ ବିମାନ । ସ୍ପାଇସ୍ ଜେଟ୍ ପକ୍ଷରୁ ୧୮୯ ଯାତ୍ରୀଙ୍କ ପାଇଁ ବୋଇଂ ବିମାନ ଚଳାଚଳ ଆଜିଠାରୁ ଆରମ୍ଭ କରିବ । ମଙ୍ଗଳବାର ଗୁରୁବାର, ଶନିବାର ଓ ରବିବାର ଦିନ ମୁମ୍ବାଇରୁ ଝାରସୁଗୁଡା ହୋଇ ବେଙ୍ଗାଲୁରୁକୁ ଓ ବେଙ୍ଗାଲୁରୁରୁ ଝାରସୁଗୁଡା ହୋଇ ମୁମ୍ବାଇକୁ ବିମାନ ଚଳାଚଳ କରିବ। ଆଜି ଏହା ସ୍ପଷ୍ଟ କରିଛନ୍ତି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି । ଏହା ପୂର୍ବରୁ ଝାରସୁଗୁଡାରୁ ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ, ଭୁବନେଶ୍ବରକୁ ବିମାନ ଚଳାଚଳ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.