Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ବାରାଣସୀକୁ ବିମାନ ସେବା ବିଳମ୍ବ ହେବ, ଯାତ୍ରୀଙ୍କ ଭିତରେ ନିରାଶା

30/01/2020 at 12:08 PM

ଝାରସୁଗୁଡା ୩୦।୧: ବିଳମ୍ବ ହୋଇପାରେ ବାରାଣସୀକୁ ବିମାନ ସେବା । ଉଡାନ୍ ୩ ଯୋଜନାରେ ଜାନୁଆରୀ ୩୧ରୁ ଝାରସୁଗୁଡାରୁ ବାରାଣସୀକୁ ବିମାନ ଚଳାଚଳ କରାଯିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ।

ଏଭଳି ଘୋଷଣା ହେବା ପରେ ବାରାଣସୀକୁ ବିମାନରେ ଯିବା ପାଇଁ ଆଗ୍ରହୀ ଯାତ୍ରୀ ଆଗୁଆ ଟିକେଟ୍ ମଧ୍ୟ କରି ସାରିଛନ୍ତି । ଏତିକିବେଳେ କିଛି ପ୍ରଶାସନିକ ମଞ୍ଜୁରୀ ମିଳିବାରେ ବିଳମ୍ବ ହେଉଥିବାରୁ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବନାରସକୁ ବିମାନ ସେବା ବିଳମ୍ବିତ ହେବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ନିରାଶା ଭାବ ଦେଖାଦେଇଛି ।

ପୂର୍ବରୁ ଘୋଷଣା କରାଯାଇଥିଲା ଆଲିଆନ୍ସ ଏୟାର ପକ୍ଷରୁ ବାରାଣସୀ ସହ କୋଲକାତାକୁ ବିମାନ ଚଳାଚଳ କରିବ। ଏଥିପାଇଁ ବିମାନ ଚଳାଚଳର ସମୟ ନିର୍ଘଣ୍ଟ ଦିଆଯାଇଥିଲା । ଏହା ମଧ୍ୟରେ କୋଲକାତା ପାଇଁ ଆଲିଆନ୍ସ ଏୟାର ପକ୍ଷରୁ କୋଲକାତାକୁ ବିମାନସେବା ଆରମ୍ଭ ହୋଇସାରିଛି।

   Related Posts