Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ବିମାନ ବନ୍ଦର ପ୍ରସ୍ତୁତ : ଗଡିଗଲାଣି ବର୍ଷ ବର୍ଷ ଉଡିଲାନି ବିମାନ

25/08/2019 at 6:23 PM

ରାଉରକେଲା ୨୫।୮- ୨୦୧୮ ଜୁନ୍‌ ୧୪ରେ ରାଉରକେଲା ବିମାନ ବନ୍ଦରରୁ ଉଡ଼ିଥାନ୍ତା ପ୍ରଥମ ବିମାନ। ଉଡ଼ାନ ଯୋଜନାରେ ପ୍ରଥମେ ରାଉରକେଲାରୁ-ଭୁବନେଶ୍ବର ପରେ ରାଉରକେଲା-କୋଲକାତା, ବିଧିବଦ୍ଧ ଭାବେ ତାରିଖ ଘୋଷଣା ହେଲା, ଅନ୍‌ ଲାଇନ୍‌ ଟିକେଟ ମଧ୍ୟ କରିଥିଲେ ଯାତ୍ରୀ। ୨୦୧୮ ଯାଇ ୨୦୧୯ ଅଗଷ୍ଟ ସରିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଉଡ଼ିପାରିଲାଣି ଉଡ଼ାରଜାହଜ। ଯାହାକୁ ନେଇ ରାଉରକେଲାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରାଉରକେଲା ବିମାନ ବନ୍ଦର ପ୍ରସ୍ତୁତ, ରନୱେ ପ୍ରସ୍ତୁତ, କର୍ମଚାରୀ ବି ପ୍ରସ୍ତୁତ । ହେଲେ ଉଡିଲାନି ବିମାନ । ଉଡ଼ାନ ଯୋଜନାରେ ୨୦୧୮ ଜୁନ ୧୪ ଯାତ୍ରୀବାହୀ ଉଡ଼ାଜାହାଜ ଉଡିଥାନ୍ତା । ରାଉରକେଲାରୁ  ଭୁବନେଶ୍ବର, ଉଡ଼ାଜାହାଜରେ ଯାଇଥାନ୍ତେ ରାଉରକେଲାବାସୀ । ସେଥତ୍ପାଇଁ ଅନଲାଇନରେ ଲୋକେ ଟିକଟ ମଧ୍ୟ  କାଟିସାରିଥିଲେ । ହେଲେ  ସବୁ ସ୍ବପ୍ନ  ସ୍ବପ୍ନରେ ରହିଗଲା। ରଉରକେଲାରୁ ଉଡ଼ାଜାହାଜରେ ବସି  ଉଡିପାରିଲେନି ରାଉରକେଲାବାସୀ । ଯାହକୁ ନେଇ ରାଉରକେଲାବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ସରକାରଙ୍କୁ ଦାୟୀ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ବୟ ଠିକ୍ ନଥିବାରୁ ରାଉରକେଲାରୁ ବିମାନ ଉଡିପାରୁନଥିବା ଅଭିଯୋଗ କରିଛନ୍ତି ।

 ରାଉରକେଲା ବିମାନ  ବନ୍ଦରରେ  ପୂର୍ବରୁ ବାଉଜର ସେଣ୍ଟର ବା  ରିଫିଲିଙ୍ଗ ଷ୍ଟେସନ ହୋଇସାରିଛି । ଯାହା ଉଡ଼ାଜାହାଜ ଉଡ଼ାଣ ପାଇଁ ସହାୟକ ହୋଇପାରିବ ।ପ୍ରଥମେ ୨୦୧୭ ସେପ୍ଟେମ୍ବରରୁ ରାଉରକେଲାରୁ ଭୁବନେଶ୍ବର,  ରାଉରକେଲାରୁ କଲିକତା ଯାତ୍ରୀବାହିୀ ଉଡ଼ାଜାହାଜ ଉଡିବାକୁ ନିଷ୍ପତ୍ତି ହୋଇଥିଲା । ପରେ ଏହି ତାରିଖକୁ ୨୦୧୮ ଜୁନ୍ ୧୪କୁ ଘୁଞ୍ଚାଗଲା । ତଥାପି ଉଡିପାରିଲାନି ବିମାନ ।ଏହା ଭିତରେ ଝାରସୁଗୁଡାରୁ ବିମାନ ଉଡାଣ ଭରିସାରିଛି । ଝାରସୁଗୁଡା ବିମାନ ବନ୍ଦର ଏୟାପୋର୍ଟ ଅଥରଟିର ମାଲିକାନାରେ ଥିବା ବେଳେ ରାଉରକେଲା ବିମାନ ବନ୍ଦର ସେଲ ଅଥରିଟି ମାଲିକାନାରେ ରହିଛି । ଉଭୟ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଥିବାରୁ ଉଡ଼ାନ ଯୋଜନାରେ  ବିଳମ୍ବ ହେଉଛି । ସେପଟେ କିନ୍ତୁ ଖୁବ ଶୀଘ୍ର ରାଉରକେଲା ବିମାନ ବନ୍ଦରରୁ ବିମାନ ଉଡ଼ାଣ ଭରିବ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ।

ରାଉରକେଲାବାସୀଙ୍କ  ଆଶା ଆଶାରେ ରହିଯାଇଛି । କେବେ ସେମାନଙ୍କ ସ୍ବପ୍ନ ପୂରଣ ହେବ, ରାଉରକେଲାରୁ ଉଡାଜାହାଜ ଉଡିବ ତାହା ଦେଖିବାର କଥା ।

   Related Posts