ଖୁବ୍‌ଶୀଘ୍ର ଭୁବନେଶ୍ବରରୁ କଲୋମ୍ବକୁ ଉଡିବ ବିମାନ : ଶ୍ରୀଲଙ୍କାର ଟୁରିଷ୍ଟ ଭୁବନେଶ୍ବର ଆସି ବୌଦ୍ଧ ପୀଠର ନେବେ ମଜା

Published By : Prameya-News7 Bureau | January 29, 2019 IST

ଭୁବନେଶ୍ବର ୨୯|୧: ଖୁବ୍ ଶୀଘ୍ର ଭୁବନେଶ୍ବରରୁ କଲୋମ୍ବକୁ ଉଡିବ ବିମାନ । ଶ୍ରୀଲଙ୍କାର ଟୁରିଷ୍ଟ ଭୁବନେଶ୍ବର ଆସି ବୁଦ୍ଧିଷ୍ଟ ପରମ୍ପରାର ମଜା ନେବେ । ଏହାସହ ଏଠୁ ପର୍ଯ୍ୟଟକ କଲମ୍ବୋ ଯାଇ ସେଠାକାର ପର୍ଯ୍ୟଟନ କ୍ଷେତ୍ର ଭ୍ରମଣର ସୁଯୋଗ ପାଇବେ । ଓଡିଶାର ଐହିତ୍ୟ, ପରମ୍ପରା, ସଂସ୍କୃତିକୁ ଦେଶ ବିଦେଶରେ ପ୍ରଚାର ପ୍ରସାରରେ ଏହା ବେଶ୍ ସହାୟତ ହେବ ।

{"id":79504}

ସ୍ପାଇସ, ଜେଟ୍, ଇଣ୍ଡିଗୋ ପରେ ଭୁବନେଶ୍ବରରୁ କଲମ୍ବୋ ଉଡିବ ଏୟାର ଏସିଆ । ଓଡିଶାର ସଂସ୍କୃତି, ପରମ୍ପରା ସହ ବୁଦ୍ଧିଷ୍ଟ କଳଚରର ପ୍ରଚାର ପ୍ରସାରରେ ଏହା ସହାୟକ ହେବ । ତେଣୁ ମାଲେଏସିଆ ପରେ କଲମ୍ବୋକୁ ବିମାନ ଉଡଇବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏବେ ସପ୍ତାହକୁ ତିନି ଥର ବିମାନ ଯାଉଛି ମାଲେଏସିଆ । ଏଥିରୁ ବେଶ ଲାଭବାନ ହେଉଛନ୍ତି ସରକାର ।

{"id":79505}

ଆଗକୁ ସିଙ୍ଗାପୁର, ବ୍ୟାଙ୍କକ୍, ଜାପାନା, ଚାଇନା, ଇଣ୍ଡୋନେସିଆକୁ ବିମାନ ଯୋଗାଯୋଗ ପାଇଁ ସରକାର ଯୋଜନା କରୁଛନ୍ତି । ଏହାସହ ଓଡ଼ିଶାର ସଂସ୍କୃତି ଓ ଐତିହକୁ ନେଇ ହେବ ରୋଡ ସୋ ।  ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରିବାକୁ ମଧ୍ୟ ଯୋଜନା ରହିଛି । ଭିସା ବ୍ୟବସ୍ଥା ସରଳ ହୋଇଥବାରୁ ଅଧିକରୁ ଅଧିକ ପର୍ଯ୍ୟଟକ ବିମାନରେ ବିଭିନ୍ନ ସ୍ଥାନକୁ ଭ୍ରମଣରେ ଯିବାକୁ ପସନ୍ଦ କରୁଛନ୍ତି । 

{"id":79506}

ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ବଢିବା ସହ ବିମାନ ସଂଖ୍ୟା ମଧ୍ୟ ବଢିଛି । ଆଗରୁ ମାତ୍ର ୧୨ ଟି ବିମାନ ଇନ ଆଣ୍ଡ ଆଉଟ ହେଉଥିବାବେଳେ ଏବେ ଏହା ୯୬ ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.