Saturday, August 24, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଝାରସୁଗୁଡା ବିମାନ ବନ୍ଦରରୁ ମାର୍ଚ୍ଚ ୩୧ ଠାରୁ ନିୟମିତ ଭାବେ ବିମାନ ଉଡାଣ

ଝାରସୁଗୁଡା ୯|୨: ଝାରସୁଗୁଡା ବିମାନ ବନ୍ଦର ଚାଲୁ ହେବା ନେଇ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି | କେତେବେଳେ ଏହାର ଉଦଘାଟନ ତ କେତେବେଳେ ଏହାର ନାମକରଣକୁ ନେଇ ଦେଖାଦେଇଛି ବିବାଦ |ଏବେ ପୁଣି ଥରେ ବିମାନବନ୍ଦରରୁ ବିମାନ ଉଡିବା ନେଇ ଆଶା ସଞ୍ଚାର କରିଛି ବିମାନବନ୍ଦର ପ୍ରାଧିକରଣ | ଉଡାନ-3 ଯୋଜନାରେ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଏହି ବିମାନବନ୍ଦରରୁ ବିମାନ ଉଡିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଝାରସୁଗୁଡା ବିମାନବନ୍ଦର ନିର୍ଦ୍ଦେଶକ |

ଝାରସୁଗୁଡାରେ ୧୯୪୨ ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଯୁଦ୍ଧ ବିମାନ ଅବତରଣ ପାଇଁ ତତ୍କାଳୀନ ବ୍ରିଟିଶ ସରକାରଙ୍କ ଦ୍ବାରା ନିର୍ମିତ ଝାରସୁଗୁଡା ବିମାନବନ୍ଦର ପରବର୍ତ୍ତି ସମୟରେ ରକ୍ଷଣା ବେକ୍ଷଣା ଅଭାବରୁ ଜରାଜିର୍ଣ୍ଣ ଅବସ୍ଥାରେ ପଦି ରହିଥିବା ବେଳେ ଗତ ଦଶନ୍ଧିରୁ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବୀ ହୋଇ ଆସୁଥିଲା |

ବହୁ ଦାବି ପରେ ଗତ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିମାନବନ୍ଦରକୁ ଉଦଘାଟନ କରି ଉଡାନ ଯୋଜନାର ଶୁଭାରମ୍ଭ କରିଥିଲେ । ମାତ୍ର ସପ୍ତାହକ ମଧ୍ୟରେ ଝାରସୁଗୁଡାବାସୀଙ୍କ ପାଇଁ ବିମାନ ଉଡାଣ ପୁଣିଥରେ ସ୍ବପ୍ନ ହୋଇଗଲା | ଏହି ବିମାନବନ୍ଦରକୁ ପଶ୍ଚିମ ଓଡିଶାର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ କରିବାକୁ ରାଜ୍ୟ ସରକାରଙ୍କ ଦାବି ପରେ ଗତ ଡିସେମ୍ବର ମାସରେ କେନ୍ଦ୍ର ସରକାର ଏହା ଘୋଷଣା କରିଥିଲେ |କିନ୍ତୁ ଆଜି ପର୍ଯ୍ୟନ୍ତ ଏଠାରୁ ବିମାନ ଉଡାଣ ହୋଇ ପାରିନି |

ଗତ ସପ୍ତାହରେ ଉଡାନ-୩ ଯୋଜନାରେ ଝାରସୁଗୁଡାରୁ ଭାରତର ବିଭିନ୍ନ କୋଣକୁ ବିମାନସେବା ଆରମ୍ଭ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ୪ଟି କଂପାନୀ ଟେଣ୍ଡର ପାଇଥିବା ବେଳେ ଆଜି ସ୍ପାଇସ୍ ଜେଟ୍ର ଆଠ ଜଣିଆ ଦଳ  ବିମାନ ବନ୍ଦରରେ ସୁରକ୍ଷା ସହ  ଅନ୍ୟାନ୍ୟ ଭିତ୍ତିଭୂମି ଯାଞ୍ଚ କରୁଛନ୍ତି । ଉଡାନ୩ ରେ ଝାରସୁଗୁଡ଼ା ରୁ ନୂଆଦିଲ୍ଲୀ, କଲିକତା ଓ ହାଇଦ୍ରାବାଦ ରୁଟ ପାଇଁ ଅନୁମତି ପାଇଛି ସ୍ପାଇସ୍ ଜେଟ୍ | ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ବିମାନ ବନ୍ଦର ରୁ ଆସନ୍ତା ୩୧ ମାର୍ଚ୍ଚ ଠାରୁ ନିୟମିତ ଭାବେ ବିମାନ ଉଡାଣ କରିବ ବୋଲି ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ |

270 Views

   ସମ୍ବନ୍ଧିତ ଖବର