ଘନ କୁହୁଡି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ : କାର୍ଗିଲରେ ତାପମାତ୍ରା -୧୭ ଡିଗ୍ରୀ

Published By : Prameya-News7 Bureau | January 03, 2019 IST

ଦିଲ୍ଲୀ ୩/୧ : ଦିଲ୍ଲୀରେ ଆଜି ସକାଳି ଘନ କୁହୁଡିର ଆସ୍ତରଣ ଜମି ରହିଛି | କୁହୁଡି ଯୋଗୁଁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ସାଢେ ୭ଟା ରୁ କୌଣସି ବିମାନ ଯାଇପାରୁନାହିଁ | ଏପରିକି ଦିଲ୍ଲୀକୁ ଆସୁଥିବା ୩ଟି ବିମାନର ମାର୍ଗ ମଧ୍ୟ ବଦଳା ଯାଇଛି | କାଶ୍ମୀର, ହିମାଚଳ ଏବଂ ଉତ୍ତରାଖଣ୍ଡରେ ବୁଧବାର ଦିନ ବର୍ଷର ପ୍ରଥମ ତୁଷାରପାତ ହୋଇଥିଲା | ଯାହାଫଳରେ ଦିନେ ଦୁଇ ଦିନ ମଧ୍ୟରେ ପାହାଡିଆ ଅଂଚଳରେ ଶୀତ ଆହୁରି ବଢିବାର ସମ୍ଭାବନା ରହିଛି |

{"id":69913}


ପର୍ଯ୍ୟଟନ ସ୍ଥଳ ଗୁଲମାର୍ଗରେ ସକାଳେ ୮.୮ ମି:ମି ତୁଷାରପାତ ହୋଇଛି | ଯାହାଫଳରେ ଶ୍ରୀନଗରରେ ପାରଦ ଖସି ୦ ଡିଗ୍ରୀ ହୋଇଯାଇଛି | ସେପଟେ କାର୍ଗିଲରେ ତାପମାତ୍ରା -୧୭ ଡିଗ୍ରୀ ରେକର୍ଡ କରାଯାଇଛି | ଲଦାଖ ଅଂଚଳରେ ତାପମାତ୍ରା -୧୨.୪ ଡିଗ୍ରୀ ରେକର୍ଡ କରାଯାଇଛି | ଓଡିଶାରେ ମଧ୍ୟ ତାପମାତ୍ରା ୧୦ଟି ଜାଗାରେ ୧୦ ଡିଗ୍ରୀ ତଳକୁ ରେକର୍ଡ କରାଯାଇଛି | ଶୀତକୁ ଆଖି ଆଗରେ ରଖି ତେଲେଙ୍ଗାନାରେ ଅରେଞ୍ଜ ଆଲର୍ଟ ଏବଂ ଆନ୍ଧ୍ରପ୍ରଦେଶରେ ୟେଲୋ ଆଲର୍ଟ ଜାରି କରାଯାଇଛି |

{"id":69915}


ପାଣିପାଗ ବିଭାଗ ଅନୁସାରେ ଜାମ୍ମୁ କାଶ୍ମୀରରେ ପଶ୍ଚିମାଞ୍ଚଳ ଡିଷ୍ଟର୍ବନ୍ସ ସକ୍ରିୟ ହୋଇଯାଇଛି | ଯାହାଫଳରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଶ୍ମୀର, ହିମାଚଳ, ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ ହେବାର ଆଶଙ୍କା ରହିଛି | ଏହାଛଡା ଦିଲ୍ଲୀ ସମେତ ଆଖପାଖ ଅଂଚଳରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି | ୧୨ଟି ରାଜ୍ୟରେ ଆଗାମୀ ୩ଦିନ ମଧ୍ୟରେ ଶୀତରୁ ମୁକ୍ତି ମିଳିବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ସୂଚନା ଦେଇଛି | ଆସନ୍ତା ୫ ଏବଂ ୬ ତାରିଖରେ ଦିଲ୍ଲୀର ଆଖପାଖ ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.