ଆଜିଠାରୁ ଝାରସୁଗୁଡାରୁ ଭୁବନେଶ୍ବର ଓ ରାୟପୁରକୁ ଉଡିବ ବିମାନ

Published By : Prameya-News7 Bureau | June 05, 2019 IST

ଝାରସୁଗୁଡା ୫|୬: ଆଜିଠାରୁ ଝାରସୁଗୁଡାରୁ ଭୁବନେଶ୍ବର ଓ ରାୟପୁରକୁ ଉଡିବ ବିମାନ।ଆଲିଆନସ ଏୟାର ପକ୍ଷରୁ ଚାଲିବ ବିମାନ । ଉଡାନ ୩ ଯୋଜନାରେ ଝାରସୁଗୁଡାରୁ ବିମାନସେବା ୨ ମାସ ତଳୁ ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ସ୍ପାଇସଜେଟ ପକ୍ଷରୁ ବିମାନ ଚଳାଚଳ ଆରମ୍ଭ ହୋଇସାରିଛି।

ଏୟାର ଅଥୋରିଟି ଇଣ୍ଡିଆ ପକ୍ଷରୁ ଗତ ଜୁନ ୧ ତାରିଖରୁ ଭୁବନେଶ୍ବର ଏବଂ ରାୟପୁରକୁ ବିମାନସେବା ଆରମ୍ଭ ହେବା ପାଇଁ ସମସ୍ତ ପ୍ରସ୍ତୁତି ସାରିଥିଲା । ଆନିର୍ବାର୍ଯ୍ୟ କାରଣ ପାଇଁ ଏହା ୫ ତାରିଖରୁ ଆରମ୍ଭ ହେବ ବୋଲି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି ।

ଖୁବଶୀଘ୍ର ବାଙ୍ଗାଲୁରୁ, ରାଞ୍ଚି ଓ ମୁମ୍ବାଇ ସମେତ ଦେଶର ଅନ୍ୟ ସ୍ଥାନକୁ ଝାରସୁଗୁଡାରୁ ବିମାନସେବା ଆରମ୍ଭ ହେବ । ଝାରସୁଗୁଡା ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ପରେ ଏଠାରେ ହୋଟେଲରେ ଭଲ ବ୍ୟବସାୟ ହେଉଥିବା ହୋଟେଲ ଶିଳ୍ପ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ବିମାନ ଚଳାଚଳ ଯୋଗୁଁ ଝାରସୁଗୁଡାର ସାମଗ୍ରିକ ବିକାଶ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.