ଭାରତୀୟ ବାୟୁସୀମାରେ ପାକିସ୍ତାନର ଅନୁପ୍ରବେଶ : ଗୃହମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ୫ଟି ଏୟାରପୋର୍ଟରୁ ବିମାନ ଚଳାଚଳ ବନ୍ଦ

Published By : Prameya-News7 Bureau | February 27, 2019 IST

ଜମ୍ମୁକାଶ୍ମୀର ୨୭|୨: ଭାରତୀୟ ବାୟୁ ସୀମାରେ ପାକିସ୍ତାନର ଅନୁପ୍ରବେଶ ପରେ ସଜାଗ ହୋଇଛନ୍ତି ଭାରତୀୟ ସେନାବାହିନୀ । ଗୃହମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତାରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ସମସ୍ତ ପାରାମିଲିଟାରୀ ଫୋର୍ସର ଡିଜି ଉପସ୍ଥିତ ଅଛନ୍ତି ।

{"id":89075}

ତେବେ ପାକିସ୍ତାନର ଭାରତୀୟ ବାୟୁସୀମା ଉଲଂଘନ ପରେ ବିମାନବନ୍ଦରରେ ହାଇ ଅଲର୍ଟ ଜାରି କରାଯାଇଛି । ଜମ୍ମୁ, ଶ୍ରୀନଗର, ଲେହ, ଅମୃତସରର ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବିମାନବନ୍ଦରରୁ ସମସ୍ତ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି । ପାକିସ୍ତାନର ଲାହୋର, ମୁଲତାନ, ଫୈସଲାବାଦ, ସିଆଲକୋଟ, ଇସଲାମବାଦରୁ ବିମାନ ଉଡାଣ ବନ୍ଦ ରହିଛି ।

{"id":89076}

ସୂଚନାଯୋଗ୍ୟ ଯେ, ଜାମ୍ମୁକାଶ୍ମୀର ନୌସେରା ସେକ୍ଟରରେ ଭାରତୀୟ ସୀମା ଉଲଂଘନ କରି ପଶିଯାଇଥିଲା ପାକ୍ ବିମାନ । ଭାରତୀୟ ବାୟୁସେନାର ଜବାବୀ ହମଲା ପରେ ଫେରିଯାଇଥିଲା ପାକିସ୍ତାନୀ ବିମାନ । ତେବେ ଏଲଓସିରେ ଭାରତୀୟ ବାୟୁସୀମାରେ ମଧ୍ୟ ପାକିସ୍ତାନ ବମ୍ ପକାଇଥିବା ସୂଚନା ମିଳିଛି ।

{"id":89078}

ସେହିଭଳି ପାକିସ୍ତାନର ଅନୁପ୍ରବେଶର ଜବାବୀ ହମଲା କରିଛି ଭାରତୀୟ ବାୟୁସେନା । ପାକିସ୍ତାନୀ ସୀମାର ୩କିମି ଭିତରେ ପଶି ହମଲା କରିଛି ଭାରତୀୟ ବାୟସେନା । ପାକିସ୍ତାନର ଏଫ୍-୧୬ ବିମାନକୁ ଖସାଇଦେଇଛି ଭାରତୀୟ ବାୟୁସେନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.