Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ଦେହ ବ୍ୟବସାୟର ଭୂସ୍ବର୍ଗ ପାଲଟିଛି ଭୁବନେଶ୍ୱର : ଯୁବତୀଙ୍କୁ ଉଠାଇନେବା ଉଦ୍ୟମ ଅଭିଯୋଗରେ ଜଣେ ଅଟକ, ଆଉ ୪ଜଣଙ୍କୁ ଖୋଜୁଛି ପୋଲିସ !

31/01/2019 at 4:03 PM

ଭୁବନେଶ୍ୱର ୩୧/୧ : ରାଜଧାନୀରେ ପ୍ରତ୍ୟେକ ଦିନ ନୂଆ ନୂଆ ଅପରାଧ ଘଟୁଛି | ବିଶେଷ କରି ଦେହ ବ୍ୟବସାୟକୁ କେନ୍ଦ୍ର କରି ଜଘନ୍ୟ କାଣ୍ଡ ଘଟିବାରେ ଲାଗିଛି | ରାଜଧାନୀକୁ ରାଜ୍ୟର ବିଭିନ୍ନ ଅଂଚଳରୁ ଝିଅଙ୍କୁ ଅଣାଯାଇ ଦେହ ବ୍ୟବସାୟରେ ଲଗାଯାଉଥିବାବେଳେ ତାକୁ କେନ୍ଦ୍ର କରି କେବେ ହତ୍ୟା ତ କେବେ ବ୍ଲାକ ମେଲିଙ୍ଗ ଭଳି ଅପରାଧ ସଂଗଠିତ ହେଉଛି |


ଗତ ବୁଧବାର ଦିନ ପଟିଆ ଅଂଚଳରେ ରହୁଥିବା ଜଣେ ମହିଳା ଦେହଦଲାଲ ଭଦ୍ରକରୁ ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଭୁବନେଶ୍ୱର ଆଣିଥିଲେ | ସମ୍ପୃକ୍ତ ମହିଳାଙ୍କୁ ଉପଭୋଗ ଲାଗି ନେବା ପାଇଁ ଚନ୍ଦକା ଅଂଚଳର ଜଣେ ଯୁବକ ସହ ୧୦୦୦ଟଂକାରେ ଡିଲ ହୋଇଥିଲା । ଫଳରେ ସନ୍ଧ୍ୟାରେ ଭଦ୍ରକର ଏହି ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ନେଇ କିଙ୍ଗପିନ ଶିଖରଚଣ୍ଡୀ ପାହାଡ ପାଖକୁ ଯାଇଥିଲେ | ସେଠାରେ ଗ୍ରାହକଙ୍କ ସହ ଆଉ ୪ଜଣ ଯୁବକ ମଧ୍ୟ ଥିଲେ | ଏହି ଯୁବକମାନେ ଯୁବତୀଙ୍କ ସହ ଅସଦାଚରଣ କରିବା ସହ ତାଙ୍କୁ ଉଠାଇ ନେଇଥିଲେ । ତେବେ ଯୁବତୀଙ୍କ ସହ ଥିବା କିଙ୍ଗପିନ ତୁରନ୍ତ ୧୦୨କୁ ଡାଏଲ କରିବାପରେ ପୋଲିସ ପହଂଚି ମହିଳାଙ୍କୁ ଏକ ପରିତ୍ୟକ୍ତ ଘରୁ ଉଦ୍ଧାର କରିଥିଲା । ଏଥିସହ ଜଣେ ଅପହରଣକାରୀକୁ ଧରିବାରେ ସକ୍ଷମ ହୋଇଥିଲା | ତେବେ ଅନ୍ୟମାନେ କେଉଁଆଡେ ଫେରାର ହୋଇଯାଇଛନ୍ତି | ପୋଲିସ ଧରିଥିବା ଯୁବକ ଏକ ରିୟଲ ଇଷ୍ଟେଟ ସଂସ୍ଥାର ସିକ୍ୟୁରିଟି ଗାର୍ଡ ବୋଲି ଜଣାପଡିଛି | ପୋଲିସ ଘଟଣାର ମୂଳକୁ ଯିବାକୁ ଉଦ୍ୟମ କରୁଛି |


ସୂଚନାଯୋଗ୍ୟ ଯେ, ଯୁବତୀଙ୍କୁ ଅପହରଣ ପରେ ପୋଲିସକୁ କିଙ୍ଗପିନ ଫୋନ କଲାବେଳେ ନିଜକୁ ସମ୍ପୃକ୍ତ ମହିଳାଙ୍କ ମା’ ବୋଲି ପରିଚୟ ଦେଇଥିଲେ | ଖବର ନେବାରେ ଜଣାପଡିଛି ଯେ, ଏହି ମହିଳାଙ୍କ ନିଜ ଘର ଜଗତସିଂହପୁର ଜିଲ୍ଲାରେ | ତେବେ ଦୀର୍ଘ ଦିନ ହେଲା ଭୁବନେଶ୍ୱରରେ ରହି ସେ ଦେହଦଲାଲ କାମ କରୁଛନ୍ତି | ସୂଚନାଯୋଗ୍ୟ ଯେ, ପ୍ରଥମେ ଇନଫୋସିଟି ଥାନାରେ ମାମଲା ହୋଇଥିଲେ ମଧ୍ୟ ଏହାକୁ ଚନ୍ଦକା ଥାନାକୁ ଟ୍ରାନ୍ସଫର କରାଯାଇଛି ।

   Related Posts