Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ସମ୍ ହସ୍ପିଟାଲରେ ଫ୍ଲାଟ୍ ଫୁଟ୍, ହାଇଆର୍କ ଫୁଟ୍ ଓ ଡ଼ାଇବେଟିକ୍ ଫୁଟ୍ ସଚେତନତା ଶିବିର ଅନୁଷ୍ଠିତ

12/09/2019 at 4:30 PM

ଭୁବନେଶ୍ବର ୧୨|୯: ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଫ୍ଲାଟ୍ ଫୁଟ୍ ଓ ହାଇ ଆର୍କ ଫୁଟ ଓ ଡ଼ାଇବେଟିକ୍ ଫୁଟ୍ ସଚେତନତା ଶିବିର ଦ୍ବିତୀୟ ଦିନ ଲାଗି ଅନୁଷ୍ଠିତ ହୋଇଛି । ପ୍ରଥମ ଦିନରେ ପରୀକ୍ଷା କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪୦ ପ୍ରତିଶତ ହାଇ ଆର୍କ ଫୁଟ୍ ଓ ୨୫ ପ୍ରତିଶତ ଫ୍ଲାଟ୍ ଫୁଟ୍  ଥିବା ଜଣାପଡିଥିଲା । ତେବେ ବିନା ଅସ୍ତ୍ରୋପଚାରରେ ରୋଗୀଙ୍କ ପାଦର ପରୀକ୍ଷଣ କରାଯାଇ ସ୍ବତନ୍ତ୍ର ଭାବେ ଫୁଟ୍ ଅର୍ଥୋସିସ ପ୍ରସ୍ତୁତ କରାଯାଉଛି ଏହାର ଚିକିତ୍ସା ।

ଶରୀରର ସମସ୍ତ ଭାର ଗ୍ରହଣ କରିଥାଏ ପାଦ ।  ଯଦି ମନୁଷ୍ୟର ପାଦର ଗଢଣ ସଠିକ୍ ନଥାଏ ଏହାର ପ୍ରଭାବ ପଡିଥାଏ ଶରୀରର ଅନ୍ୟ ଅଙ୍ଗ ଉପରେ । ବିଶେଷ କରି ଫ୍ଲାଟ୍ ଫୁଟ୍  ବା ହାଇଆର୍କ ଫୁଟର ବ୍ୟକ୍ତିମାନଙ୍କ ଠାରେ ଆଣ୍ଠୁ ଓ ସ୍ପାଇନ ପେନ ଜନିତ ସମସ୍ୟା ଅଧିକ ଦେଖାଯାଏ ।ତେଣୁ ଛୋଟ ବେଳୁ ଏପ୍ରତି ନଜରଦେବା ଆବଶ୍ୟକ ରହିଛି । ତେବେ ପେଡୋରଥିକ ମେଡିସିନ ଚିକିତ୍ସା ଦ୍ବାରା ଏହାର ସମାଧାନ ସମ୍ଭବ । ଯେଉଁଥିରେ ପ୍ରଥମେ ଜଣେ ବ୍ୟକ୍ତିର ଫୁଟ୍ ପ୍ରୀଣ୍ଟ ନେବା ସହ ପେଡ଼େ।ରଥିକ ଗ୍ରାଫିକ ଫୁଟ୍ ଆନାଲିସିସି କରାଯାଏ  । ଏହାପରେ  ପାଦର ପରିକ୍ଷା କରାଯାଇ ସେହି  ବ୍ୟକ୍ତିଙ୍କ ପାଦର ଆବଶ୍ୟକତା ଅନୁଯାୟୀ ସ୍ବତନ୍ତ୍ର ଭାବେ ଫୁଟ ଅର୍ଥୋସିସ ପ୍ରସ୍ତୁତ କରାଯାଇ ଦିଆଯାଇଥାଏ ।  ଯାହାକୁ ବ୍ୟବହାର କରିବା ଦ୍ବାରା ହୋଇଥାଏ ଏଭଳି ସମସ୍ୟାର  ସମାଧାନ ।

ତେବେ ସମହସପିଟାଲ ରେ ପ୍ରେ।ସ୍ଥେଟିକସ୍ ଓ ଅର୍ଥେ।ଟିକ୍ସ ବିଭାଗ ଦ୍ବାରା ଚାଲିଥିବା ଚାରିଦିନିଆ କାର୍ଯ୍ୟକ୍ରର ପ୍ରଥମ ଦିନରେ ବିନା ମୁଲ୍ୟରେ ୨୫ଜଣ ବ୍ୟକ୍ତିଙ୍କୁ ଏଭଳି ପରୀକ୍ଷାର ସୁବିଧା ଦିଆଯାଇଛି । ତେବେ ଏମାନଙ୍କ  ମଧ୍ୟରୁ ୪୦ପ୍ରତିଶତ ହାଇଆର୍କ ଫୁଟ ଏବଂ ୨୫ ପ୍ରତିଶତ ଫ୍ଲାଟ୍ ଫୁଟ ଥିବା ପରୀକ୍ଷା ପରେ ଜଣାପଡିଛି। ଏହି ଚିକିତ୍ସା ମୁଖ୍ୟତଃ ସେଇ ରେ।ଗୀମାନଙ୍କୁ ଦିଆଯାଉଛି ଯେଉଁମାନଙ୍କର ପାଦ ପୂରା ଫ୍ଲାଟ୍ ବା ସମାନ୍ତରାଳ ଏବଂ ସେମାନେ ଦୀର୍ଘଦିନ ଧରି ପାଦରେ ବ୍ୟଥା ଅନୁଭବ କରୁଛନ୍ତି ।  ଏହି ରେ।ଗ ବିଶେଷତଃ ଜିନ୍‌ଗତ ରେ।ଗ । ତେବେ ଏହାକୁ ବିଶେଷ ଭାବେ  ୨ ରୁ ୧୨ ବର୍ଷ ଭିତରେ ଚିକିତ୍ସା କଲେ ଶୀଘ୍ର ଭଲ ହେ।ଇଥାଏ ବେ।ଲି ଡ଼ାକ୍ତର କହିଛନ୍ତି ।

ସମ୍ ଅଲଟିମେଟ୍ ମେଡ଼ିକେୟାର ହସପିଟାଲର ପ୍ରେ।ସ୍ଥେଟିକସ୍ ଓ ଅର୍ଥେ।ଟିକ୍ସ ବିଭାଗର ଦ୍ବାରା ଆଇଏମଏସ୍ ଆଣ୍ଡ ସମ୍ ହସପିଟାଲରେ ଚାଲିଥିବା ଏହି ଚାରିଦିନିଆ ପରୀକ୍ଷଣ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି । ଏଥିସହ ଏଭଳି ସମସ୍ୟାରେ ଗୁରୁତର ଭାବେ ପୀଡିତ କିଛି ବ୍ୟକ୍ତିଙ୍କୁ ଚିକିତ୍ସା ମଧ୍ୟ ମାଗଣାରେ ଯୋଗାଇଦିଆଯିବ ବୋଲି ଏହାର ଚିକିତ୍ସକ ସୂଚନା ଦେଇଛନ୍ତି ।

   Related Posts