Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

୧୨ ଘଣ୍ଟାରେ ବର୍ଷକର ବର୍ଷା, ଭାସିଗଲା ଫରାସୀ ସହର ନାଇସ୍

4/10/2020 at 5:39 PM

ନାଇସ୍: ଫ୍ରାନସ ନାଇସ୍‌ ସହରରେ ବର୍ଷା ପ୍ରଳୟ ରଚିଛି। ମାତ୍ର ୧୨ ଘଣ୍ଟାରେ ବର୍ଷକର ବର୍ଷା ହୋଇଥିବା ବେଳେ ଅନେକ ଘରଦ୍ୱାର ଭାସିଯାଇଛି। ଅଚାନକ ବନ୍ୟାରେ ୯ ଜଣ ଲୋକ ନିଖୋଜ ଥିବା ସରକାରୀ ଭାବେ କୁହଯାଇଛି। ବର୍ଷା ଓ ବନ୍ୟା ଯୋଗୁ ଇଟାଲୀ ସୀମାକୁ ଲାଗି ରହିଥିବା ଫ୍ରାନସ ବର୍ଡରରେ ରେଡ ଆଲର୍ଟ ଜାରି କରାଯାଇଛି।

ନାଇସରେ ପ୍ରଥମେ ଝଡ ଓ ପରେ ବର୍ଷା ତାଣ୍ଡବ ରଚିଥିଲା। ଏଥିରେ ବନ୍ୟା ଆସିବା ଯୋଗୁ ଅନେକ ସଡକ ଓ ପୋଲ ଭାସିଯିବା ଯୋଗୁ ଯୋଗାଯୋଗ ବିଛିନ୍ନ ହୋଇଛି। ନାଇସ୍ ମେୟର କ୍ରିଶ୍ଚିୟନ ଏଷ୍ଟୋର୍ସି ଏକ ବିବୃତ୍ତିରେ ଆଲପସ୍-ମେରିଟାଇମ୍‌ କ୍ଷେତ୍ରରେ ୧୨ ଘଣ୍ଟାରେ ଯେତିକି ବର୍ଷା ହୋଇଛି ବର୍ଷକର ହାରାହାରି ବର୍ଷା ସହ ସମାନଥିଲା ବୋଲି କହିଛନ୍ତି। ଫ୍ରାନ୍ସ ପାଣିପାଗ ବିଭାଗ ଅନୁସାରେ ଏହି ସମୟରେ ୧୯.୭ ଇଞ୍ଚ ବର୍ଷା ରେକର୍ଡ କରାଯାଇଛି। ଯାହା ସେ ସ୍ଥାନର ବାର୍ଷିକ ବର୍ଷା ସହ ସମାନ।

ବର୍ଷା ବିତ୍ପାତ ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରିଲିଫ ଓ ଉଦ୍ଧାରକାରୀ ଦଳ ନାଇସ୍‌ ସହରରେ ପହଞ୍ଚିଛନ୍ତି। ସ୍ଥାନେ ସ୍ଥାନେ ବର୍ଷାପାଣି ଦେଢ ମିଟର ପର୍ଯ୍ୟନ୍ତ ଜମିଥିବା ରିଲିଫ ଓ ଉଦ୍ଧାରକାରୀ ଦଳ କହିଛନ୍ତି। ବିଭିନ୍ନ ସ୍ଥାନରେ ଫଶି ରହିଥିବା ଲୋକଙ୍କୁ ଦମକଳ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଥିବା ବେଳେ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଛନ୍ତି।

   Related Posts