ପିପିଲି ଉପନିର୍ବାଚନ, କେନ୍ଦ୍ରୀୟ ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସର ପ୍ଲାଗମାର୍ଚ୍ଚ

Published By : Prameya-News7 Bureau | April 14, 2021 IST

ନିମାପଡ଼ା ୧୪।୦୪: ଆଉ ଦିନ କେଇଟା ପରେ ପିପିଲି ଉପନିର୍ବାଚନ । ଏଥିଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ । ଖାସ୍‌ କରି ନିର୍ବାଚନୀ ହିଂସା ଦେଖାଦେଉଥିବା ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସ ପକ୍ଷରୁ ପ୍ଲାଗ ମାର୍ଚ୍ଚ ହୋଇଛି ।

{"id":438259,"sizeSlug":"large","linkDestination":"none"}

ପିପିଲି ଉପନିର୍ବାଚନରେ ହିଂସାକୁ ଦୃଷ୍ଟିର ରଖି ପୁରୀ ଏସ୍‌ପିଙ୍କ ନେତୃତ୍ୱରେ ଅତିରିକ୍ତ ଏସ୍‌ପି ଓ ପିପିଲି ଏସ୍‌ଡିପିଓ ପିପିଲି ବିଜ୍ଞାପିତ ଅଞ୍ଚଳରୁ ନିମାପଡ଼ା ଛକଠାରୁ  ପିପିଲା ହାଟ , ସେଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ପ୍ଲାଗ ମାର୍ଚ୍ଚ ହୋଇଛି । ସେହିପରି ଅତି ଉତ୍ତେଜନା ପ୍ରବଣ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ନିର୍ବାଚନ ପାଇଁ ୯ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳ ୨୪ ପ୍ଲାଟୁନ ବିଏସଏଫ୍‌, ୫ଜଣ ବରିଷ୍ଠ ଅଫିସରଙ୍କ କଡ଼ା ନଜରରେ ରହିଛି ।

{"id":438260,"sizeSlug":"large","linkDestination":"none"}

ଆସନ୍ତା ୧୭ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନକୁ କିପରି ଶାନ୍ତି ଓ ଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ କରାଯିବ । ସେ ଦିଗରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସୁରକ୍ଷା ବଳ ଓ  ଜିଲ୍ଲା ପୋଲିସ । କୌଣସି ଅପ୍ରୀତକର ଘଟଣାକୁ କେବେ ବି ପ୍ରଶୟ ଦିଆଯିବା ନାହିଁ ଏବଂ ଆଇନ୍‌ ଉଲ୍ଲଘଂନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.