ତାଜମହଲ କ୍ୟାମ୍ପସରେ ଉଡାଇଲେ ଗୈରିକ ପତାକା, ଦେଲେ ଜୟ ଶ୍ରୀରାମ ସ୍ଲୋଗାନ, ୪ ଅଟକ

Published By : Prameya-News7 Bureau | January 05, 2021 IST

ଆଗ୍ରା,୦୫/୦୧: ଆଗ୍ରାସ୍ଥିତ ବିଶ୍ୱପ୍ରସିଦ୍ଧ ତାଜମହଲ ପରିସରରେ ସୋମବାର କିଛି ହିନ୍ଦୁବାଦୀ ନେତା ଗୈରିକ ପତାକା ଉଡାଇବା ପରେ ବିବାଦ ବଢିଛି । ହିନ୍ଦୁବାଦୀ ନେତା ତାଜମହଲ ପରିସରରେ ପଶିବା ସହ ଏକ ବେଞ୍ଚରେ ବସିଥିଲେ । ପରେ ନିଜ ପକେଟରୁ ପତାକା ବାହାର କରି ଉଡାଇଥିଲେ । ଏହାସହ ଜୟ ଶ୍ରୀରାମ ନାରା ମଧ୍ୟ ଦେଇଥିଲେ ।

ତାଜମହଲର ସୁରକ୍ଷାରେ ଥିବା ସିଆଇଏସଏଫ କର୍ମୀ କେହି କିଛି ଭାବିବା ପୂର୍ବରୁ ହିନ୍ଦୁବାଦୀ ନେତା ପତାକା ଉଡାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହିନ୍ଦୁବାଦୀ ନେତା କିପରି ଭାବେ ପତାକା ଉଡାଇବା ସହ ତାଜମହଲ ପରିସହରରେ ପଶିଥିଲେ ତାହା ଭିଡିଓରେ ସ୍ପଷ୍ଟ ଭାବେ ଜଣାପଡୁଛି ।

କିଛି ସମୟ ପରେ ଯବାନମାନେ ୪ ହିନ୍ଦୁବାଦୀ ନେତାଙ୍କୁ ଧରିଥିଲେ । ସେମାନଙ୍କୁ ତାଜଗଞ୍ଜ ପୋଲିସକୁ ଖବର ଦେଇଥିଲେ । ସେମାନଙ୍କ ବିରୋଧରେ ପୋଲିସ ଧାର୍ମିକ ବାବନାକୁ କ୍ଷତି ପହଁଚାଇବା ଅଭିଯୋଗରେ ମାମଲା ରୁଜୁ କରିଛି ।

ଏହି ଘଟଣାରେ ପୋଲିସ ହିନ୍ଦୁ ଯୁବ ବାହିନୀର ଜିଲ୍ଲା ଅଧ୍ୟକ୍ଷ ଗୌରବ ଠାକୁର, ସୋନୁ ବଘେଲ, ବିଶେଷ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହାପୂର୍ବରୁ ଗୌରବ ତାଜମହଲରେ ଶିବ ଚାଳିସା ପାଥ କରୁଥିବା ଭିଡିଓ ଭାଇରାଲ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.