ସ୍ଵାଭିମାନ ଅଞ୍ଚଳରେ ଉଡିଲା ତ୍ରିରଙ୍ଗା, ୭ ଦଶନ୍ଧି ପରେ ସ୍ଵାଧୀନତା ଦିବସର ସ୍ଵାଦ ଚାଖିଲେ ବିଚ୍ଛିନ୍ନାଞ୍ଚଳବାସୀ

Published By : Prameya-News7 Bureau | August 15, 2020 IST

ଚିତ୍ରକୋଣ୍ଡା ୧୫।୮: ସ୍ବାଧୀନତାର ୭ ଦଶନ୍ଧି ପରେ ସ୍ଵାଭିମାନ ଅଞ୍ଚଳରେ ଉଡିଲା ତ୍ରିରଙ୍ଗା ପତାକା । ଯୋଡାମ୍ବୋ ପଞ୍ଚାୟତର ସବୁ ସ୍ଥାନ ସହ ଯୋଡାମ୍ବୋ ଥାନାରେ ତ୍ରିରଙ୍ଗା ପତାକା ଉଡାଇଲେ ପୋଲିସ ବାହିନୀ । ପ୍ରଥମ ଥର ଲାଗି ସ୍ଵାଧୀନତା ଦିବସର ସ୍ଵାଦ ଚାଖିଲେ ବିଚ୍ଛିନ୍ନାଞ୍ଚଳର ଆଦିବାସୀ ।

{"id":314989,"sizeSlug":"large"}

ପୋଲିସ, ଏସଓଜି, ବିଏସଏଫ ଯବାନଙ୍କ ସହ ସ୍ଵାଭିମାନ ଅଞ୍ଚଳର ଆଦିବାସୀମାନେ ସାମିଲ ହୋଇ ଦେଶ ମାତୃକାର ନାରା ଦେଲେ । ଆଗାମୀ ଦିନରେ ସ୍ଵାଭିମାନ ଅଞ୍ଚଳର ଲୋକଙ୍କୁ ରାସ୍ତା ଦେଖେଇଛନ୍ତି ବୀର ଯବାନମାନେ । ଏହି ଅବସରରେ ଯୋଡାମ୍ବୋ ସ୍ଥାନୀୟ ପୋଲିସ ବୃଦ୍ଧ ବୃଦ୍ଧାଙ୍କୁ ଗୋଟିଏ ଲେଖାଏଁ କମ୍ବଳ ପ୍ରଦାନ କରିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.