ଫାଇଜର କୋଭିଡ୍ ଭାକସିନର ପ୍ରଥମ ଡୋଜ୍ ନେବା ପରେ ହେଉଛି ଭୀଷଣ ମୁଣ୍ଡବ୍ୟଥା ଓ ଜ୍ୱର, ଅଭିଯୋଗ କଲେ ସ୍ୱେଚ୍ଛାସେବୀ

Published By : Prameya-News7 Bureau | November 14, 2020 IST

ନୂଆଦିଲ୍ଲୀ,୧୪/୧୧:   ଔଷଧ କମ୍ପାନୀ ଫାଇଜର ତରଫରୁ ବିକଶିତ କରାଯାଇଥିବା କରୋନା ଭାକସିନ୍ ୯୦ ପ୍ରତିଶତ ପ୍ରଭାବୀ ସାବ୍ୟସ୍ତ ହୋଇଛି । ତେବେ ଟିକା ଲଗାଇବା ପରେ ସ୍ୱେଚ୍ଛାସେବୀମାନେ ମୁଣ୍ଡବ୍ୟଥା, ଜ୍ୱର ଆଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫଳରେ ଭାକସିନକୁ ନେଇ କମ୍ପାନୀ କରୁଥିବା ଦାବି ଉପରେ ପ୍ରଶ୍ନ ଉଠିଛି ।

ଫାଇଜର ତରଫରୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ସାରା ବିଶ୍ୱ ପାଇଁ ଏଖ ଖୁସି ଖବର ଆସିଥିଲା । ଏହାପରେ ଋଷ ଦାବି କରିଥିଲା ଯେ, ସ୍ୱେଦଶୀ ଭାକସିନ ୯୨ ପ୍ରତିଶତ ପ୍ରଭାବୀ ଅଟେ ।

ଡେଲିମେଲ ରିପୋର୍ଟ ଅନୁସାରେ, ୪୫ ବର୍ଷୀୟ ଜଣେ ସ୍ୱେଚ୍ଛାସେବୀ କହିଛନ୍ତି ଯେ, ଫ୍ଲ୍ୟୁ ଟିକା ପରେ ପାର୍ଶ୍ୱ ପ୍ରତିକ୍ରିୟା ହୋଇଥିଲା । କିନ୍ତୁ ଦ୍ୱିତୀୟ ଟିକା ନେବା ପରେ ଗୁରୁତର ସମସ୍ୟା ହୋଇଥିଲା । କିନ୍ତୁ ଲକ୍ଷଣ ଶୀଘ୍ର ଚାଲିଯାଇଥିଲା । ମିସୁରାର ଏକ ସାମ୍ବାଦିକ ମଧ୍ୟ ଟ୍ରାଏଲରେ ସାମିଲ ହୋଇଥିଲେ । ସେ କହିଥିଲେ ଯେ, ସେ ସେପ୍ଟେମ୍ବରରେ ଇଞ୍ଜେକ୍ସନ ଲଗାଇଥିଲେ । ପରେ ତାଙ୍କର ମୁଣ୍ଡବ୍ୟଥା ଓ ଜ୍ୱର ଆସିଥିଲା । ଯାହା ପୂର୍ବ ଡୋଜ୍ ତୁଳନାରେ ଅଧିକ ଥିଲା ।

ଏହି ରିପୋର୍ଟ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଫାଇଜର ଘୋଷଣା କରିଥିଲା ଯେ, ବାୟୋଏନଟେକ୍ ଏସଇ ସହ ମିଳିତ ଭାବେ ତିଆରି ହୋଇଥିବା କରୋନା ଭାକସିନ୍ ସଂକ୍ରମଣରୁ ରକ୍ଷା କରିବାରେ ୯୦ ପ୍ରତିଶତ ପ୍ରଭାବୀ ସାବ୍ୟସ୍ତ ହୋଇଛି । ହଜାରରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଉପରେ ପରୀକ୍ଷଣ ପରେ କମ୍ପାନୀ ଏହି ଦାବି କରିଥିଲା । ଏହାପରେ କମ୍ପାନୀ ଚଳିତ ମାସରେ ଆମେରିକା ପ୍ରଶାସନଠୁ ଅନୁମତି ପାଇଁ ଆବେଦନ କପିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.