Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବର୍ଷେ ଭିତରେ ଭାକସିନ୍‌ର ତୃତୀୟ ଡୋଜ୍ ନେବାକୁ ହେବ ! ଯୁକ୍ତି ବାଢିଲେ ଫାଇଜର୍ ସିଇଓ

16/04/2021 at 11:02 AM

ନୂଆଦିଲ୍ଲୀ, ୧୬/୦୪:   ଫାଇଜର ଭାକସିନ୍‌ର ତୃତୀୟ ଡୋଜ୍ ମଧ୍ୟ କିଛି ଲୋକଙ୍କୁ ଆବଶ୍ୟକ । ଦ୍ୱିତୀୟ ଡୋଜ୍ ନେବାର ଏକ ବର୍ଷ ମଧ୍ୟରେ ତୃତୀୟ ଡୋଜ୍ ନେବାକୁ ହେବ । ଏନେଇ ଏକ ସାକ୍ଷାତକାରରେ କହିଛନ୍ତି ଫାଇଜର ମୁଖ୍ୟ ତଥା ସିଇଓ ଆଲବର୍ଟ ବୌରଲା ।

ଆଲବର୍ଟ କହିଛନ୍ତି ଯେ, କରୋନା ଭାଇରସ ବିରୋଧରେ ବାର୍ଷିକ ଟିକାକରଣର ଆବଶ୍ୟକତା ରହିଛି । ଅର୍ଥାତ କରୋନା ଆକ୍ରାନ୍ତଙ୍କୁ ପ୍ରତିବର୍ଷ ଟିକା ଦିଆଯାଇପାରେ । କିନ୍ତୁ ଏନେଇ ସ୍ପଷ୍ଟ ହେବା ଆବଶ୍ୟକ । କାରଣ ଭବିଷ୍ୟତରେ ଭାଇରସର ନୂଆ ଭାରିଏଣ୍ଟ ସମସ୍ୟା ସୃଷ୍ଟି କରିପାରେ ।

୬ ମାସ ପରେ ବି ୯୧ ପ୍ରତିଶତ ପ୍ରଭାବି

ଆଲବର୍ଟ ଆହୁରି କହିଛନ୍ତି ଯେ, ଭାଇରସର ସଂକ୍ରମଣକୁ ରୋକିବା ଜରୁରୀ ହୋଇପଡିଛି । କାରଣ ଏହା କ୍ଷୀପ୍ରଗତିରେ ସଂକ୍ରମଣ ହେଉଛି । ଏହାକୁ ରୋକିବାକୁ ପ୍ରଭାବି ଭାକସିନ୍ ଲଗାଇବା ଉଚିତ। ଚଳିତ ମାସ ଆମ୍ଭରେ ଫାଇଜର୍ ନିଜର ଜର୍ମାନୀ ପାର୍ଟନର ବାୟୋଏନଟେକ୍ ସହ ମିଳିତ ଭାବେ କହିଥିଲା ଯେ, ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ମଧ୍ୟ ଭାକସିନ ୯୧ ପ୍ରତିଶତ ପ୍ରଭାବି ରହିଥାଏ ।

ଏହାସହ ଆଲବର୍ଟ କହିଛନ୍ତି ଯେ, ବିଭିନ୍ନ ଡାଟାକୁ ଦେଖିଲେ ଭାକସିନ୍ ଭାଇରସ ବିପକ୍ଷରେ ସୁରକ୍ଷା ପ୍ରଦାନ କରୁଛି । ଧିରେଧିରେ ଏହି ସୁରକ୍ଷା ସମୟ ସହ କମ୍ ହୋଇଯାଏ ବୋଲି ସେ କହିଛନ୍ତି ।

   Related Posts