ଖେଳାଳି ଚୟନକୁ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନରେ ଚାଲିଛି ଫିକ୍ସିଂ : ମୋଟା ଅଙ୍କର ଅର୍ଥ ଦେଇ ଅଣଖେଳାଳି ପାଉଛନ୍ତି ସୁଯୋଗ !

Published By : Prameya-News7 Bureau | August 14, 2019 IST

କଟକ ୧୪|୮: ଖେଳାଳୀ ଚୟନକୁ ନେଇ ଓଡ଼ିଶା କ୍ରିକେଟ୍‌ ଆସୋସିଏସନରେ ଚାଲିଛି ଫିକ୍ସିଂ । ଓସିଏ କର୍ମକର୍ତ୍ତାଙ୍କୁ ମୋଟା ଅଙ୍କର ଲାଞ୍ଚ ​‌ଦେଇ ଅଣଖେଳାଳି ଷ୍ଟେଟ୍‌ ଟିମ୍‌ରେ ସ୍ଥାନ ପକ୍କା କରୁଥିବା ବେଳେ ପଛରେ ପଡ଼ିଯାଉଛନ୍ତି ରାଜ୍ୟର ପ୍ରତିଭାବାନ୍‌ ଯୁବ କ୍ରିକେଟର । ଏଠି ଟଙ୍କା ନଦେଲେ କିମ୍ବା ଲାଂଚ ଦେଇ ଓସିଏର କରିତ୍‌କର୍ମାଙ୍କୁ ଖୁସି ନକଲେ ଖେଳାଳିଙ୍କ କ୍ୟାରିଅରରେ ପୂର୍ଣ୍ଣଛେଦ୍‌ ପଡ଼ିବା ନିଶ୍ଚିତ । ବୟସ ଜାଲିଆତି ପରେ ଓସିଏ ବିରୋଧରେ ପୁଣି ଆସିଛି ଏଭଳି ଏକ ସାଂଘାତିକ ଅଭିଯୋଗ ।

ଓସିଏରେ ପ୍ଲେୟାର ସିଲେକ୍ସନକୁ ନେଇ ଫିକ୍ସିଂ । ପରଫର୍ମାନ୍‌ସ୍‌ ନୁହେଁ ବରଂ ପ୍ଲେୟାରଙ୍କ ଷ୍ଟାଟସକୁ ଦେଖି ଷ୍ଟେଟ୍‌ ଟିମ୍‌ ତାଲିକାରେ ଚଢ଼ୁଛି ନାଁ । ମୋଟ ଅଙ୍କର ଅର୍ଥ ଦେଇ ଅଣଖେଳାଳି ପାଉଛନ୍ତି ସୁଯୋଗ । ଆଉ ଟଙ୍କା ଦେଇ ନପାରି ରେସ୍‌ରୁ ବାଦ୍‌ ପଡ଼ୁଛନ୍ତି ରାଜ୍ୟର ପ୍ରତିଭାବାନ୍‌ ୟଙ୍ଗ୍‌ କ୍ରିକେଟର । ଓସିଏ କର୍ମକର୍ତ୍ତାଙ୍କୁ ମୋଟା ଅଙ୍କର ଲାଞ୍ଚ ​‌ଦେଇ ଅଣଖେଳାଳି ଷ୍ଟେଟ୍‌ ଟିମ୍‌ରେ ସ୍ଥାନ ପକ୍କା କରୁଥିବା ବେଳେ ପଛରେ ପଡ଼ିଯାଉଛନ୍ତି ରାଜ୍ୟର ପ୍ରତିଭାବାନ୍‌ ଯୁବ କ୍ରିକେଟର ।

ଏଠି ଟଙ୍କା ନଦେଲେ କିମ୍ବା ଲାଂଚ ଦେଇ ଓସିଏର କରିତ୍‌କର୍ମାଙ୍କୁ ଖୁସି ନକଲେ ଖେଳାଳିଙ୍କ କ୍ୟାରିଅରରେ ପୂର୍ଣ୍ଣଛେଦ୍‌ ପଡ଼ିବା ନିଶ୍ଚିତ । ବୟସ ଜାଲିଆତି ପରେ ଓସିଏ ବିରୋଧରେ ପୁଣି ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଯାହାର ଠୋସ୍‌ ପ୍ରମାଣ ଲାଗିଛି ନ୍ୟୁଜ୍‌ ସଭେନ୍‌ ହାତରେ । ତେବେ ଅଭିଯୋଗ ସମ୍ପର୍କରେ ସଫେଇ ଦେବା ତ ଦୂରର କଥା କ୍ୟାମେରା ସାମ୍ନାକୁ ଆସିବାକୁ ସାହସ ଜୁଟାଇପାରୁନାହାନ୍ତି ଓସିଏ କର୍ତ୍ତୃପକ୍ଷ । ସେପଟେ କିନ୍ତୁ ଓସିଏରେ ଏଭଳି କେଳେଙ୍କାରୀକୁ ନେଇ ସାମ୍ନାକୁ ଆସିଛି ତୀବ୍ର ପ୍ରତିକ୍ରିୟା ।

ଓଡ଼ିଶା କ୍ରିକେଟ୍‌ ଆସୋସିଏସନର ପୁରୁଣା କାଉନସିଲ୍‌ ଭାଙ୍ଗିଲା ପରେ ଏକ ଅନ୍ତରୀଣ ପରିଚାଳନା କମିଟି ଗଠନ କରାଯାଇଛି । ଏହା ପରଠୁ କୌଣସି ଇଣ୍ଟର ଡିସ୍‌ଟ୍ରିକ୍ଟ ମ୍ୟାଚର ଆୟୋଜନ ହେଉନଥିବାରୁ  ଚୟନକର୍ତ୍ତାଙ୍କୁ ସମସ୍ତ ପ୍ରକାର ବେଆଇନ୍‌ କାର୍ଯ୍ୟ କରିବାକୁ ସୁଯୋଗ ମିଳିଯାଇଛି ।

ଏମିତିକି  ଖେଳାଳି ତାଲିକା ପ୍ରକାଶ ପରେ ବି ରାତାରାତି ବଦଳିଯାଉଛି ତାଲିକା । ଚୁଡ଼ାନ୍ତ ତାଲିକା ପ୍ରକାଶ କରିବା ପୂର୍ବରୁ ଏକାଧିକ ଖେଳାଳୀଙ୍କୁ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ମଗାଯାଉଥିବା ଅଭିଯୋଗ ହୋଇଛି । ତେବେ ଏଥିରେ କେଉଁମାନେ ସମ୍ପୃକ୍ତ ? କାହା ଇଶାରାରେ ଓସିଏରେ ଏଭଳି ବେଆଇନ କାର୍ଯ୍ୟ ଚାଲିଛି ?  କାହିଁକି କ୍ରିକେଟ ଓ କ୍ରିକେଟରମାନଙ୍କ ସହିତ ଏଭଳି ସାଂଘାତିକ ଖେଳ ଖେଳାଯାଉଛି  ?  ତାକୁ ନେଇ ଉଠିଛି ପ୍ରଶ୍ନ ।

 ପୂର୍ବରୁ ରଣଜୀ ପ୍ଲେୟାରଙ୍କ ବୟସ ଜାଲିଆତି ସମ୍ପର୍କିତ ସଙ୍ଗୀନ ଅଭିଯୋଗ ଆସିଥିଲା । ଯାହା ଏବେ ବି ଓସିଏ ଶୃଙ୍ଖଳା କମିଟିର ନାଲିଫିତା ତଳେ ଚାପି ହୋଇ ରହିଯାଇଛି । ଆଉ ଏବେ ଖେଳାଳି ଚୟନକୁ  ନେଇ ଅର୍ଥ କାରବାରର ଅଭିଯୋଗ ଓସିଏରେ ଚାଲିଥିବା ସାଂଘାତିକ କେଳେଙ୍କାରୀକୁ ପଦାରେ ପକାଇଛି । ଯାହାର ତଦନ୍ତ ହେବା ନିହାତି ଜରୁରୀ ହୋଇପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.