ପାଟକୁରା ନିର୍ବାଚନ : ବିଜେପି-ବିଜେଡି ମଧ୍ୟରେ ହୋଇଛି ଫିକ୍ସିଂ- ତାରାପ୍ରସାଦ

Published By : Prameya-News7 Bureau | July 07, 2019 IST

ଭୁବନେଶ୍ବର ୭|୭:  ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ବଢିଛି ରାଜନୀତି । ଏମିତିରେ ପାଟକୁରା ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି ବିଜେପି-ବିଜେଡି ମଧ୍ୟରେ ଫିକ୍ସିଂ ହୋଇଛି । ବିଜୟ ମହାପାତ୍ରଙ୍କୁ ନଜିତାଇବା ପାଇଁ ସେମାନଙ୍କ ମଧ୍ୟରେ ଫିକ୍ସିଂ ହୋଇଛି ।

ଅନ୍ୟପଟେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଲୋକେ କାହାକୁ ଜିତାଇବେ ମନ ସ୍ଥିର କରିସାରିଲେଣି । ଦକ୍ଷ ପ୍ରତିନିଧିଙ୍କୁ ପଠାଇବା ପାଇଁ ପାଟକୁରାବାସୀ ନିଷ୍ପତ୍ତି ନେଇଛନ୍ତି । ତାରାଙ୍କ ଅଭିଯୋଗ ଉପରେ ଜବାବ ରଖି କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା ବିଜେଡି । ପାଟକୁରା ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାରେ ବାଧା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.