ଖୁସି ଖବର ! ସରକାରୀ ଅଫିସକୁ ପୁଣି ଫେରିବ ଟେଲିଫୋନ, BSNL ଓ MTNLକୁ ନେଇ ସରକାରଙ୍କ ବଡ଼ନିଷ୍ପତ୍ତି

Published By : Prameya-News7 Bureau | October 14, 2020 IST

ନୂଆଦିଲ୍ଲୀ ୧୪।୧୦: ଅବକ୍ଷୟମୁଖି ସରକାରୀ ଟେଲିକମ୍‌ କମ୍ପାନୀଙ୍କୁ ନେଇ କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ମନ୍ତ୍ରାଳୟ, ସରକାରୀ ବିଭାଗ ସମେତ ସାର୍ବଜନିକ  ଉପକ୍ରମ କାର୍ଯ୍ୟାଳୟମାନଙ୍କରେ ଭାରତର ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ (ଏମଟିଏନଏଲ) ଟେଲିଫୋନ ସେବା ଉପଲବ୍ଧ କରିବା  ଅନିବାର୍ଯ୍ୟ ଘୋଷଣା କରିଛନ୍ତି। ଏଥିଲାଗି ଟେଲିକମ୍‌ ଡିପାର୍ଟମେଣ୍ଟ (ଡିଓଟି) ପକ୍ଷରୁ ଏକ ମେମରେଣ୍ଡମ ଜାରି ହୋଇଛି। 

{"id":344457,"width":575,"height":386,"sizeSlug":"large"}

ଏହି ମେମରେଣ୍ଡମକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ପରାମର୍ଶ ଅନୁସାରେ ଗତ ଅକ୍ଟୋବର ୧୨ ତାରିଖ ଦିନ ସରକାରଙ୍କ ସମସ୍ତ ବିଭାଗ ଓ ସଚିବଙ୍କୁ ପଠାଇ ଦିଆଯାଇଛି। ଡିଓଟିଙ୍କ ଦ୍ୱାରା ଜାରି ମେମରେଣ୍ଡମରେ ସମସ୍ତ କେନ୍ଦ୍ରୀୟ ସାର୍ବଜନିକ ଉଦ୍ୟୋଗ (ସିପିଏସଇ) ଓ କେନ୍ଦ୍ରୀୟ ସ୍ୱାୟତ୍ତ ସଂସ୍ଥାନଙ୍କୁ ବିଏସଏନଏଲ ଓ ଏମଟିଏନଏଲଙ୍କ ଠାରୁ ସେମାନଙ୍କ ଇଣ୍ଟରନେଟ୍, ବ୍ରଡବ୍ୟାଣ୍ଡ, ଲ୍ୟାଣ୍ଡ ଲାଇନ୍‌ ଓ ଲିଜଡ୍ ଲାଇନ୍‌ ଆବଶ୍ୟକତା ଲାଗି ସରକାରଙ୍କୁ ଗାଇଡଲାଇନ ଜାରି ନିମନ୍ତେ ନିବେଦନ କରାଯାଇଥିବା ସୂଚିତ କରାଯାଇଛି।  

{"id":344459,"sizeSlug":"large"}

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି କ୍ଷତିରେ ଚାଲୁଥିବା ବିଏସଏନଏଲ ଓ ଏମଟିଏନଏଲ ଲାଗି ନିଶ୍ଚିତ ରୂପେ ଏକ ଶୁଭ ଖବର ବୋଲି କୁହାଯାଇପାରେ। ଉଭୟ କମ୍ପାନୀ ଲଗାତାର ଫିକ୍ସ ଲାଇନ ସବସ୍କ୍ରାଇବର ହରାଇବାରେ ଲାଗିଛନ୍ତି। ଫଳରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବିଏସଏନଏଲ ୧୫ ହଜାର ୫୦୦ କୋଟି ଟଙ୍କା କ୍ଷତିରେ ପଡିଥିବା ବେଳେ ଏମଟିଏନଏଲ୩ ହଜାର ୬୯୪ କୋଟି ଟଙ୍କା କ୍ଷତିରେ ପଡିଥିଲା।

{"id":344460,"sizeSlug":"large"}

ଟେଲିକମ ସେକ୍ଟରରେ ବୈପ୍ଲବିକ ପରିବର୍ତ୍ତନ ଯୋଗୁ ୨୦୦୮ ମସିହାରେ ବିଏସଏନଏଲଙ୍କ ଫିକ୍ସ ଲାଇନ୍‌  ସବସ୍କ୍ରାଇବର ସଂଖ୍ୟା ୨.୯କୋଟିରୁ ହ୍ରାସ ହୋଇ ଏବେ ମାତ୍ର ୮୦ ଲକ୍ଷକୁ ପହଞ୍ଚିଯାଇଛି। ସେହିପରି ୨୦୦୮ ମସିହାରେ ଏମଟିଏନଏଲର ସବସ୍କ୍ରାଇବର ସଂଖ୍ୟା ୩୫.୪ଲକ୍ଷ ଥିବା ବେଳେ ଏବେ ୩୦.୭ ଲକ୍ଷକୁ ହ୍ରାସ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.