୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | August 04, 2019 IST

ପାରାଦୀପ ୪|୮: ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅରଖିଆ ଦଳେଇ ସାହିରେ ଲଜ୍ଜା । ୫ ବର୍ଷ ନାବାଳିକାଙ୍କୁ ସେହି ଗ୍ରାମର ବାବାଜୀ ଦଳାଇଙ୍କ ପୁଅ ରୁଦ୍ର ଦଳାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଗତକାଲି ଅପରାହ୍ନରେ ପଡୋଶୀ ଘରକୁ ଖେଳିବାକୁ ଯାଇଥିବାବେଳେ ଘରେ କେହି ନଥିବାର ସୁଯୋଗ ନେଇ ରୁଦ୍ର ଦଳାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ନାବାଳିକା ପରିବାର ଅଭିଯୋଗ କରିଛନ୍ତି । ଏ ନେଇ ପରିବାର ପକ୍ଷରୁ କୁଜଙ୍ଗ ଥାନାରେ ଏତଲା ଦିଆଯିବା ପରେ ପୋଲିସ ଗତକାଲି ବିଳମ୍ବିତ ରାତିରେ ରୁଦ୍ର ଦଳାଇଙ୍କୁ ତାଙ୍କ ସମ୍ପର୍କୀୟ ମାଉସୀ ଘରୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.