୫ବର୍ଷର କୁନି ଝିଅକୁ ଦୁଷ୍କର୍ମ କରି ନାଳରେ ଫିଙ୍ଗିଦେଲା ଦୁର୍ବୃତ୍ତ, ଜୀବନ ସହ ସଂଗ୍ରାମ କରୁଛନ୍ତି ନାବାଳିକା ପୀଡିତା

Published By : Prameya-News7 Bureau | July 21, 2019 IST

ଅନୁଗୋଳ ୨୧|୭: ଅନୁଗୋଳରେ ଲଜ୍ଜ୍ୟା। ନାବାଳିକାକୁ ଦୁଷ୍କର୍ମ ପରେ ଡ୍ରେନରେ ଫିଙ୍ଗି ଦେଲେ ଦୁର୍ବୃତ୍ତ। ସଂଜ୍ଞାହୀନ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଅନୁଗୋଳ ମେଡିକାଲରେ ଭର୍ତ୍ତି କରିଥିଲେ । ୩ଜଣିଆ ଡାକ୍ତରୀଟିମ ପିଡାତଙ୍କ ଚିକିତ୍ସାରେ ଲାଗିଛନ୍ତି। ପୋଲିସ ନିଜ ଆଡୁ କେସ ରୁଜୁକରି କରୁଛି ତଦନ୍ତ।

{"id":136022}

ଅନୁଗୋଳରେ ଲଜ୍ଜା। ଅନୁଗୁଳରେ ଜଣେ ୫ ବର୍ଷର କୁନି ଝିଅକୁ ଦୁଷ୍କର୍ମକରି ଫିଙ୍ଗିଦେଲେ ଦୁର୍ବୃତ୍ତ। ଅନୁଗୋଳ ବସଷ୍ଟାଣ୍ଡ ପଛପାଖରୁ ନାବାଳିକାଙ୍କୁ ଏକ ଡ୍ରେନରୁ ଅଦି ମୁମୁର୍ଷୂ ଅବସ୍ଥାରେ ଉଦ୍ଧାର କଲେ ଘରଲୋକେ। ଅନୁଗୋଳ ମେଡିକାଲରେ  ପିଡୀତିଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଅବସ୍ଥା ଶୋଚନୀୟ ରହିଛି। ପିଡାତାଙ୍କ ମୁହଁ ଏବଂ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଛି। ବ୍ଳିଡିଂ ମଧ୍ୟ ହେଉଛି। ଯାଯାବର ଏହି କୁନି ଝିଅଙ୍କ ଘର ନାଗପୁର ବୋଲି ଜଣାପଡିଛି।

{"id":136023}

ଘଟଣା ହେଉଛି ଏମିତି- ଗତକାଲି ରାତିରେ ଝିପି ଝିପି ବର୍ଷା ଯୋଗୁଁ ପାଖରେ ଥିବା ଏକ ଦୋକାନ ବାରଣ୍ଡାରେ ପରିବାର ଲୋକଙ୍କ ସହ ପିଡୀତା ଶୋଇଥିଲେ। କେହି ଦୁର୍ବୃତ୍ତ ତାଙ୍କୁ ମଟର ସାଇକେଲରେ ଉଠାଇ ନେଇ ବସଷ୍ଟାଣ୍ଡ ନିକଟରେ ଥିବା ନାଳ ପାଖରେ ଦୁଷ୍କର୍ମ କରି ମୁଣ୍ଡକୁ ଛେଚି ଆଘାତ କରି ନାଳରେ ପକାଇ ଫେରାର ହୋଇଛି। ସକାଳୁ ଘର ଲୋକେ ବହୁ ଖୋଜାଖୋଜି  କରିବା ପରେ ଶେଷରେ କୁନି ଝିଅଟିକୁ ନାଳରୁ ଉଦ୍ଧାର କରି ଅନୁଗୋଳ ମେଡିକାଲକୁ ନେଇଛନ୍ତି।

{"id":136024}

ଏ ସମ୍ପର୍କରେ ଅନୁଗୋଳ ପୋଲିସ ଖବର ପାଇବାପରେ ତନାଘନା ଆରମ୍ଭ ହୋଇଛି । ତିନି ଜଣିଆ ଡାକ୍ତରୀ ଟିମ ପିଡିତାଙ୍କୁ ଚିକିତ୍ସା କରୁଛନ୍ତି। ନିଜେ ଅନୁଗୋଳ ଏସ.ପି ଆଉ ଡି. ଆଇ.ଜି ଘଟଣା ତଦନ୍ତ କରୁଛନ୍ତି। ପୋଲିସ ନିଜ ତରଫରୁ ଏକ କେସ ମଧ୍ୟ ରୁଜୁ କରିଛି। ସାଇଣ୍ଟିଫିକ ଟିମ ମଧ୍ୟ ଆସି ତଦନ୍ତ କରୁଛି।ତେବେ ଏ ସମ୍ପର୍କରେ ପୋଲିସ ପାଖରେ ଠୋସ ସୁରାଗ ରହିଛି । ପୋଲିସ ଦୁଷ୍କର୍ମ କାରୀଙ୍କୁ ଧରିବାରେ ସକ୍ଷମ ହେବ ବୋଲି ଆଶା ରଖିଛି।

{"id":136025}

ଏହି ଘଟଣା ଅନୁଗୋଳ ପାଇଁ ଲଜ୍ଜା। ତୁରନ୍ତ ଦୁଷ୍କର୍ମକାରୀକୁ ପୋଲିସ ଗିରଫକରୁ ନଚେତ ଥାନା ଘେରାଉ କରିବେ ବୋଲି ଅନୁଗୋଳ ବାସୀ ଧମକ ଦେଇଛନ୍ତି। ପୋଲିସ କେତେ ଶୀଘ୍ର ଦୁଷ୍କର୍ମକାରୀକୁ ଧରୁଛି ଆଉ ଏ ରହସ୍ୟ ଉପରୁ ପରଦା ଉଠାଉଛି ତାହା ଦେଖିବାର କଥା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.