ଲଜ୍ଜା : କରଞ୍ଜିଆରେ ୫ବର୍ଷର ଶିଶୁ କନ୍ୟାକୁ ପଡୋଶୀ କଲା ଦୁଷ୍କର୍ମ, ଥାନାରେ ଅଟକ ରଖିଲା ପୋଲିସ
15/11/2019 at 8:40 AM

Image Courtesy : stop violence children and abuse in family concept
କରଞ୍ଜିଆ ୧୫।୧୧: କରଞ୍ଜିଆ ପୁଣି ଲଜ୍ଜା । ୫ ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପୀଡିତା ଶିଶୁ କନ୍ୟାକୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ପଡୋଶୀକୁ ଥାନାରେ ଅଟକ ରଖିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବଳା ଗ୍ରାମରେ ୫ ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପଡୋଶୀ ଯୁବକ ଶିଶୁ କନ୍ୟା ସହ ଦୁଷ୍କର୍ମ କରିଥିବା ନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପୀଡିତା ଶିଶୁ କନ୍ୟାକୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ପଡୋଶୀ ଯୁବକକୁ ଥାନାରେ ଅଟକ ରଖିଛି ପୋଲିସ ।
Related Posts
ଜଳେଶ୍ବରରୁ ଜବତ ହେଲା ନକଲି ପାନ ମସଲା, ଦୁଇ ଅଭିଯୁକ୍ତ ଅଟକ
23 January 2021