Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

୪ଟି ମ୍ୟାଚ୍‌ରେ ପଞ୍ଚମ ଥର ୫ ଓ୍ଵିକେଟ୍ ନେଲେ ଅକ୍ଷର ପଟେଲ୍, ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନଙ୍କୁ ଚକମା ଦେଇ କଲେ ରେକର୍ଡ

27/11/2021 at 7:06 PM

କାନପୁର ୨୭।୧୧:  କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଚମକିଛନ୍ତି ସ୍ପିନର ଅକ୍ଷର ପଟେଲ୍। ଅକ୍ଷରଙ୍କ ଶାଣିତ ବୋଲିଂ ଦମ୍‌ରେ ଭାରତୀୟ ଦଳ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିଜ କ୍ୟାରିୟରରେ ଚତୁର୍ଥ ଟେଷ୍ଟ ଖେଳୁଥିବା ଅକ୍ଷର ତୃତୀୟ ଦିନରେ ୫ ଓ୍ଵିକେଟ୍ ଦଖଲ କରିଛନ୍ତି।

ଅକ୍ଷରଙ୍କ ଏହା ପଞ୍ଚମ ଥର ୫ ଓ୍ଵିକେଟ୍ ସଫଳତା। ଏଥିସହ ଅକ୍ଷର ପ୍ରଥମ ୪ଟି ଟେଷ୍ଟରେ ସର୍ବାଧିକ ୫ ଥର ୫ ଓ୍ଵିକେଟ୍‌ ନେବାର ରେକର୍ଡ କରିଛନ୍ତି। ଦ୍ଵିତୀୟରେ ଅଛନ୍ତି ନରେନ୍ଦ୍ର ହିରଓ୍ଵାନୀ। ସେ ନିଜର ପ୍ରଥମ ୪ଟି ଟେଷ୍ଟରେ ତିନି ଥର ୫ ଓ୍ଵିକେଟ୍ ନିଜ ନାମରେ କରିଥିଲେ। ୨୭ ବର୍ଷୀୟ ଅକ୍ଷର ଭାରତରେ କ୍ୟାଲେଣ୍ଡର ବର୍ଷରେ ଟେଷ୍ଟ କ୍ରିକେଟ୍‌ରେ ୫ ଓ୍ଵିକେଟ୍ ନେବାରେ ପ୍ରଥମ  ବାମହାତୀ ଖେଳାଳି ହୋଇଛନ୍ତି।

ଟେଷ୍ଟ କ୍ରିକେଟ୍‌ରେ ସବୁଠୁ କମ ଇନିଂସରେ ସର୍ବାଧିକ ୫ ଓ୍ଵିକେଟ୍ ନେବାର ରେକର୍ଡ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ରୋଡନୀ ହୋଗଙ୍କ ନାମରେ ରହିଛି। ସେ ୬ଟି ଇନିଂସରୁ ଏହି ସଫଳତା ହାସଲ କରିଥିଲେ। ଦ୍ଵିତୀୟରେ ଚାର୍ଲି ଟର୍ଣ୍ଣର ଏବଂ ଅକ୍ଷର ପଟେଲ୍ ଯୁଗ୍ମ ଭାବେ ଅଛନ୍ତି। ଏହି ଦୁଇ ବୋଲର ଏହି କାରାନାମା ୭ଟି ଇନିଂସରେ କରିଛନ୍ତି।

ଟେଷ୍ଟ କ୍ରିକେଟ୍‌ରେ କ୍ରମାଗତ ସବୁଠୁ ଅଧିକ ଥର ୪ରୁ ଅଧିକ ଓ୍ଵିକେଟ୍ ନେବା ମାମଲାରେ ଶ୍ରୀଲଙ୍କାର ମହାନ ବୋଲର ମୁଥେୟା ମୁରଲୀଧରଣ ଏବଂ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଓ୍ଵାକର ୟୁନିସ୍‌ଙ୍କ ନାମ ଆଗରେ ରହିଛି। ଉଭୟ ୯ଥର ଏହି ସଫଳତା ହାସଲ କରିଛନ୍ତି। ଚାର୍ଲି ଟର୍ଣ୍ଣର ୮ ଥର ହାସଲ କରିଥିବା ବେଳେ ଅକ୍ଷର ପଟେଲ୍ ୬ ଥର ଚାରିରୁ ଅଧିକ ଓ୍ଵିକେଟ୍ ନେବାର ରେକର୍ଡ କରିଛନ୍ତି।

ଅକ୍ଷର ପଟେଲ୍ ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜ୍‌ରେ ଟେଷ୍ଟ ପଦାର୍ପଣ କରିଥିଲେ। ସେ ୩ଟି ମ୍ୟାଚ୍‌ରେ ମୋଟ୍ ୨୭ ଓ୍ଵିକେଟ୍ ଦଖଲ କରିଥିଲେ। ଗୋଟିଏ ସିରିଜ୍‌ରେ ଅଧିକ ଓ୍ଵିକେଟ୍ ନେବା ମାମଲାରେ ଅକ୍ଷର ଦିଲୀପ ଦୋଷୀଙ୍କ ଭାରତୀୟ ରେକର୍ଡ ସହ ସମକକ୍ଷ ହୋଇଥିଲେ। ଦୋଷୀ ୬ଟି ଟେଷ୍ଟ ମ୍ୟାଚ୍‌ର ସିରିଜ୍‌ରେ ୧୯୭୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ। କିନ୍ତୁ ଅକ୍ଷର ମାତ୍ର ୩ଟି ଟେଷ୍ଟରେ ୨୭ ଓ୍ଵିକେଟ୍ ହାସଲ କରିଥିଲେ।

   Related Posts