ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ , ଏକକାଳୀନ ୫ଟି ଗାଁକୁ ୪୮ଘଣ୍ଟା ପାଇଁ ସଟ୍‌ଡାଉନ୍‌

Published By : Prameya-News7 Bureau | August 19, 2020 IST

ପାଟଣା ୧୯।୦୮: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର କପୁଣ୍ଡି ପଞ୍ଚାୟତର ୫ ଟି ଗାଁକୁ ୪୮ଘଣ୍ଟା ପାଇଁ  ସଟ୍‌ଡାଉନ ଘୋଷଣା କରାଯାଇଛି ।  ପଞ୍ଚାୟତର ସରପଞ୍ଚ ବିଜୟ ପାଇଦା ଏହି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏହି  ଅଂଚଳରେ ୨ଜଣ ସ୍ଥାନୀୟ ଲୋକ କରୋନା ପଜିଟିଭ  ଚିହ୍ନଟ ପରେ ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ସରପଞ୍ଚ ।

ତେବେ ଏହି ସଟ୍‌ଡାଉନ୍‌ ସମୟରେ ଜରୁରୀକାଳୀନ ସେବାକୁ ଛାଡି ଦେଲେ ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଲୋକମାନଙ୍କୁ ସାମାଜିକ ଦୁରତା ସହିତ ମାକ୍ସ ପିନ୍ଧିବାକୁ ଅନୁରୋଧ କରିଛନ୍ତି ସରପଞ୍ଚ। ଯଦି କେହି କୋଭିଡ଼ କଟକଣା ନମାନନ୍ତି , ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.