ବେଆଇନ ପଥର ଖାଦାନରେ ଚଢ଼ାଉ, ଚୋରାଚାଲାଣ କରୁଥିବା ୫ଟି ଟିପ୍ପର ଜବତ
19/09/2020 at 5:17 PM

ଢେଙ୍କାନାଳ ୧୯।୯: ବେଆଇନ ପଥର ଖାଦାନରେ ଚଢ଼ାଉ । ଢେଙ୍କାନାଳ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଓଡାପଡା ତହସିଲ ପକ୍ଷରୁ ରାଣୀବଣିଆରେ ଏହି ଚଢ଼ାଉ କରି ଚୋରା ଚାଲାଣ କରୁଥିବା ୫ଟି ସ୍ପଲ ବୋଝେଇ ଟିପ୍ପର ଜବତ ହୋଇଛି ।

ଢେଙ୍କାନାଳ ଜିଲା ଓଡାପଡା ତହସିଲ ଅଞ୍ଚଳରେ ବେଆଇନ ପଥର ଖଦାନ କରି ଶହ ଶହ ଟ୍ରିପ୍ ଚୋରା କଳା ମୁଗୁନି ପଥର ଚାଲାଣ କରାଯାଉଛି । ଫଳରେ ଆଜି ଢେଙ୍କାନାଳ ଉପଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନଙ୍କ ନେତୃତ୍ୱରେ ଓଡ଼ାପଡା ତହସିଲ କର୍ମଚାରୀ ରାଣୀବଣିଆ ଅଂଚଳରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ରାଣୀ ବଣିଆରେ ଚାଲିଥିବା ଏକ ବେଆଇନ ପଥର ଖଦାନରୁ ଚୋରା ଚାଲାଣ ହେଉଥିବା ୫ଟି ସ୍ପଲ ବୋଝେଇ ଟିପ୍ପରକୁ ଜବତ ହୋଇଥିବା ଜଣାପଡିଛି ।
Related Posts
କଳାକନା ବୁଲାଇଦେଲେ ଲୁଟେରା, ଗୋଟିଏ ଦିନରେ ୨ଟି ମନ୍ଦିରରୁ ଚୋରି
27 February 2021
ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ, ପାଣିରେ ଭାସୁଛି ଗାମୁଛା….
27 February 2021
ମାଓବାଦୀଙ୍କ ଯୋଜନା ପଣ୍ଡ : ଅଳ୍ପକେ ବର୍ତ୍ତିଲେ ଯବାନ, ଠାବ ହେଲା ବିସ୍ଫୋରକ
27 February 2021