ଗଞ୍ଜାମରେ ବଢିଚାଲିଛି କରୋନା ଗ୍ରାଫ, ଆଜି ୨୪୭ ଆକ୍ରାନ୍ତ ଚିହ୍ନଟ
19/07/2020 at 3:59 PM

ବ୍ରହ୍ମପୁର ୧୯।୦୭: ବଢିଚାଲିଛି କରୋନା ଗ୍ରାଫ । ଗଞାମ ଜିଲ୍ଲାରୁ ଆଜି ୨୪୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୨୭ରେ ପହଞ୍ଚିଛି ।
ସୂଚନାଯୋଗ୍ୟ ଯେ, ଆଜି ଚିହ୍ନଟ ହୋଇଥିବା ୨୪୭ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩୦ ଜଣ କୋରନା ଯୋଦ୍ଧା ରହିଛନ୍ତି । ବ୍ରହ୍ମପୁର ସହରରୁ ୫ ଜଣ କୋରନା ଯୋଦ୍ଧା ଏବଂ ସ୍ଥାନୀୟ ଅଞ୍ଚଳରୁ ୧୮ ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି । ବ୍ରହ୍ମପୁରରୁ ମୋଟ ୨୩ ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
ଗଞ୍ଜାମ ଜିଲ୍ଲାରେ ଆଜି ସର୍ବାଧିକ ସାନଖେମୁଣ୍ଡି ବ୍ଳକ୍ ରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାନଖେମୁଣ୍ଡିରେ କରୋନା ଯୋଦ୍ଧା ୯ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୮ ଜଣ ମୋଟ ଭାବେ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଜିଲ୍ଲାରେ ୧ ପ୍ରତିଶତ ମୃତ୍ୟୁ ହୋଇଥିବା ବେଳେ ୩୫ ପ୍ରତିଶତ ଆକ୍ରାନ୍ତ ଏବଂ ୬୪ ପ୍ରତିଶତ ସୁସ୍ଥ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।