ବଡଦାଣ୍ଡକୁ ବିଜୁଳି ପହଞ୍ଚିବାପରେ ପୁରୀରେ ଆଜି ଆଉ ୫ ହଜାର ଉପଭୋକ୍ତାଙ୍କୁ ମିଳିବ ବିଦ୍ୟୁତ୍

Published By : Prameya-News7 Bureau | May 18, 2019 IST

ପୁରୀ ୧୮|୫: ପ୍ରଳୟଙ୍କରୀ ବାତ୍ୟା ଫୋନି ପରେ ଧୀରେ ଧୀରେ ସ୍ବାଭାବିକ ହେଉଛି ପୁରୀର ପରିସ୍ଥିତି | କେବଳ ବଡଦାଣ୍ଡକୁ ବିଦ୍ୟୁତ୍ ଯୋଗାଣ ହୋଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଆଉ ୫ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଇ ଦିଆଯିବ | ସହରର ବିଭିନ୍ନ ସାହି ଗଳି କନ୍ଦିରେ ବିଦ୍ୟୁତ୍ ଯୋଗାଣ ପାଇଁ ଅଧିକ ସମୟ ଲାଗିବ ଓ ଏଥିପାଇଁ ଲୋକମାନେ ଧର୍ଯ୍ୟ ଧରିବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି | 

ଜିଲ୍ଲାର ବିଭିନ୍ନ ଜଳାଶୟ ଓ ଜଳ ଉତ୍ସ ପ୍ରଦୂଷିତ ହୋଇପଡିଥିବା ବେଳେ ପାନୀୟ ଜଳକୁ ବିଶୋଧନ କରିବା ପାଇଁ ବ୍ୟବସ୍ଥା ଚାଲିଛି | ଜନସ୍ବାସ୍ଥ୍ୟ ଓ ସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀ ମାନେ ଏହି କାର୍ଯ୍ୟରେ ଲାଗିଛନ୍ତି  | ପ୍ରବଳ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ  ହୋଇଥିବା ବେଳେ ବିଦ୍ୟୁତ ମରାମତି କାର୍ଯ୍ୟ ମଧ୍ୟ ବାଧା ପ୍ରାପ୍ତ ହୋଇଛି |

ଏ ସବୁ ସତ୍ବେ ପ୍ରମୁଖ ଅଂଚଳକୁ ବିଦ୍ୟୁତ ଯୋଗାଇବା ପାଇଁ ଉଦ୍ୟମ ଚାଲିଛି | ଅଂଶୁଘାତ  ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି  |  ଅଣ ରାସନ କାର୍ଡ ଉପଭୋକ୍ତ  ଙ୍କୁ ୫୦ କେଜି ଚାଉଳ ଓ ୨୦୦୦ ଟଙ୍କା ଯୋଗାଇବା ପାଇଁ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ଦ୍ୱାରା ସର୍ଭେ ଓ ଅଭିଯୋଗ ଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ରିଲିଫ ବଣ୍ଟନ କାର୍ଯ୍ୟ ଆରମ୍ଭ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.