ଶନିଦେବଙ୍କୁ ପୂଜା କରୁଛନ୍ତି କି ? ତା'ହେଲେ ମନେ ରଖନ୍ତୁ ଏହି ୫ଟି କଥା

Published By : Prameya-News7 Bureau | February 02, 2019 IST

ଭୁବନେଶ୍ୱର ୨/୨ : ସକାଳୁ ସ୍ନାନ କରି ଶନିଦେବାଙ୍କୁ ସ୍ମରଣ କରିବେ | କୌଣସି ଶନି ମନ୍ଦିର ଯାଇ ଶନିଦେବଙ୍କୁ ପୂଜା କରିବେ | ଓଁ ପ୍ରାଂ ପ୍ରିଂ ପ୍ରୌଂ ଶଃ ଶନିଶ୍ଚରାୟ ନମଃ ମନ୍ତ୍ର ଜପ କରି ଶନିଦେବଙ୍କ ଉପରେ ରାଶି ତେଲ କିମ୍ବା ସୋରିଷ ତେଲ ଅର୍ପଣ କରିବେ | ଏହାପରେ ଅଶ୍ୱସ୍ଥ ଗଛ ମୂଳରେ ପାଣି ଢାଳି ୭ ଥର ଗଛକୁ ପରିକ୍ରମା କରିବେ | ଶନିଦେବଙ୍କୁ ପୂଜା କରି ସାରିବା ପରେ ହନୁମାନଙ୍କୁ ପୂଜା କରିବେ | ହନୁମାନଙ୍କୁ ପୂଜା କରିବା ଦ୍ୱାରା ଶନିଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି |

{"id":80874}


ଯଦି ସମ୍ଭବ ହୁଏ ତାହେଲେ ଶନିବାର ଦିନ ବ୍ରତ ରଖିବେ | ଶନିବାର ଦିନ ଶନିଦେବଙ୍କ ବ୍ରତ ରଖିଲେ ଶନି ଅଢେଇ ଏବଂ ଶନି ସାଢେସାତି ଦୋଷ କମି ଯାଇଥାଏ | ଶନିଦେବଙ୍କ ସମସ୍ତ ନିୟମ ଯଦି ଆପଣ ପାଳନ କରିପାରିବେ ତା'ହେଲେ ଏହି ବ୍ରତ କରିବେ | କାରଣ ଶନିଦେବ ଅତି ସହଜରେ କ୍ରୋଧିତ ହୋଇଯାଇଥାନ୍ତି | ବ୍ରତରେ କୌଣସି ଭୁଲ ଦେଖିଲେ ସେ କ୍ରୋଧିତ ହୋଇଯାଇଥାନ୍ତି | ସେଥିପାଇଁ ଶନିଦେବଙ୍କୁ ରୁଷ୍ଟ ହେବା ପାଇଁ ମୌକା ଦିଅନ୍ତୁ ନାହିଁ | ଶନିଦେବଙ୍କ ବ୍ରତ ସୁଦ୍ଧ ମନରେ କରନ୍ତୁ | ବ୍ରତ କରିବା ଦିନ ଶନିଦେବଙ୍କ କାହାଣୀ ଶୁଣିବେ | କଳା ବିରି ଏବଂ ରାଶି ତେଲ ଦାନ କରିବେ | ନିଜ ସକ୍ଷମ ଅନୁସାରେ ବ୍ରାହ୍ମଣଙ୍କୁ ଭୋଜନ କରାଇବା ସହ ଲୁହା ବସ୍ତୁ ଧନ ଦାନ କରିବେ | ଦିନରେ କେବଳ ଥରେ ହିଁ ଭୋଜନ କରିବେ |

{"id":80875}


ଶନିଦେବଙ୍କ ବ୍ରତ କରିବା ପୂର୍ବରୁ ଏହି ୫ଟି କଥା ମନେ ରଖନ୍ତୁ :
୧. ଘରେ ଶନିଦେବଙ୍କ ମୂର୍ତ୍ତି ରଖିବା ବର୍ଜନୀୟ | ମନ୍ଦିର ଯାଇ ହିଁ ପୂଜା କରିବେ | ନଚେତ ମନରେ ସ୍ମରଣ କରି ପୂଜା କରିବେ |

{"id":80879}


୨. ପ୍ଲାଷ୍ଟିକ କିମ୍ବା ଅନ୍ୟ କୌଣସି ଧାତୁ ପାତ୍ରରେ ତେଲ ଅର୍ପଣ କରିବେ ନାହିଁ | ଶନିଦେବଙ୍କୁ ଲୁହା ପାତ୍ରରେ ତେଲ ଢାଳିଲେ ବହୁତ ଶୁଭ ହୋଇଥାଏ |

{"id":80877}


୩. ସବୁଠାରୁ ମହତ୍ଵପୁର୍ଣ କଥା ହେଲା, ଶନିଦେବଙ୍କୁ ତେଲ ଅର୍ପଣ କରିବା ପୂର୍ବରୁ ତେଲରେ ନିଜ ମୁହଁ ନିଶ୍ଚୟ ଦେଖିବେ |

{"id":80880}


୪. ଶନିଦେବଙ୍କୁ ତେଲ ସହ ରାଶି, କଳା ବିରି ଅଥବା କୌଣସି ବି କଳା ବସ୍ତୁ ଅର୍ପଣ କରିବେ | ଏହା ଅତ୍ୟନ୍ତ ଶୁଭ ହୋଇଥାଏ |

{"id":80878}


୫. ଶନିବାର ଦିନ ପୂଜା କରିବାବେଳେ ଶନିଦେବଙ୍କ ମନ୍ତ୍ର କିମ୍ବା ଶନି ଚାଳିଶା ଜପ କରିବେ | ଏହାପରେ ହନୁମାନଙ୍କୁ ପୂଜା କରିବେ |


ଶନିଦେବଙ୍କ ବ୍ରତ କରିବା ପୂର୍ବରୁ ଏହି ୫ଟି କଥା ଉପରେ ନିଶ୍ଚୟ ଧ୍ୟାନ ଦେବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.