Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୀମସାରରେ ୨ ଶିଶୁ କରୋନା ପଜିଟିଭ୍, ୪ଟି ଓ୍ବାର୍ଡରୁ ଚିହ୍ନଟ ହୋଇଛନ୍ତି ୫ ଜଣ

8/08/2020 at 5:07 PM

ସମ୍ବଲପୁର ୮।୮: ଭୀମସାରରେ ପୁଣି ୫ ଜଣ କରୋନା ପଜିଟିଭ୍ ଚିହ୍ନଟ । ଭୀମସାରର ୪ଟି ଓ୍ବାର୍ଡରୁ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭୀମସାର ଅଧିକ୍ଷକ ସୂଚନା ଦେଇଛନ୍ତି । ଏମାନେ ବରଗଡ, ସୁନ୍ଦରଗଡ, ଝାରସୁଗୁଡା ଜିଲ୍ଲାର ବୋଲି ଜଣାପଡିଛି । ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରେ ୨ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଇଏନଟି ବିଭାଗରେ ୩ ଦିନ ପୂର୍ବରୁ ଆସିଥିବା ରାଉରକେଲା ଅଂଚଳର ଜଣେ ୪୭ ବର୍ଷ ବୟସ୍କ ରୋଗୀ ହୋଇଥିବାବେଳେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଚିହ୍ନଟ ହୋଇଥିବା ମହିଳା ରୋଗୀ ଜଣଙ୍କ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣାପଡିଛି ।

ସେହିପରି ପଲମ୍ୟୁନାରି ମେଡିସିନ ବିଭାଗ ଚିହ୍ନଟ ହୋଇଥିବା ରୋଗୀ ଝାରସୁଗୁଡା ଜିଲ୍ଲାର ବୋଲି ଜଣାପଡିଛି । ତେବେ ଏକା ସାଙ୍ଗରେ ୪ଟି ଓ୍ବାର୍ଡରେ ୫ଜଣ ଚିହ୍ନଟ ହୋଇଥିବାବେଳେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଛି ।

   Related Posts