କମିଶନରେଟ୍ ପୋଲିସ ବିଲ୍ଡିଂର ଲିଫ୍ଟରେ ଫସିଲେ ୫ଜଣ
6/11/2019 at 12:42 PM

ଭୁବନେଶ୍ବର ୬।୧୧: ଭୁବନେଶ୍ବର ସ୍ଥିତ କମିଶନରେଟ୍ ପୋଲିସ ବିଲ୍ଡିଂରେ ଥିବା ଲିଫ୍ଟରେ ଫସିଲେ ୫ ଜଣ । ଲିଫ୍ଟ କବାଟ ତାଡିବା ପରେ ବାହାରକୁ ଆସିଥିଲେ ସମସ୍ତେ ।
ସୂଚନାଯୋଗ୍ୟ ଯେ, ଟ୍ରାଫିକ୍ ଡିସିପିଙ୍କୁ ଦେଖା କରିବାକୁ କମିଶନରେଟ୍ ପୋଲିସ କାର୍ଯ୍ୟାଳୟକୁ ଆସିଥିଲେ ଜଣେ ମହିଳା ଆଇନଜୀବୀଙ୍କ ସମେତ ୫ ଜଣ । ତେବେ ବିଲ୍ଡିଂର ତୃତୀୟ ମହଲାରୁ ଆସୁଥିବା ବେଳେ ମଝିରେ ହଠାତ୍ ଲିଫ୍ଟ ଅଚଳ ହୋଇଯାଇଥିଲା । ଫଳରେ ଲିଫ୍ଟ ମଧ୍ୟରେ ଫସିରହିଥିଲେ ୫ଜଣ । ଲିଫ୍ଟ କବାଟ ତାଡି ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା ।
Related Posts
ଏମିତି ବି ଆସେ ମୃତ୍ୟୁ : ବାଇକରେ ଯାଉଥିଲା, ଉପରୁ ପଡିଲା ଗଛ
27 February 2021
ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
27 February 2021