Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ମଉଳିଲା ୫ ସ୍ତରୀୟ ଅନଲକ୍‌ ଆଶା, ଡେଲ୍‌ଟା ପ୍ଲସ୍‌ ଭାରିଏଣ୍ଟ ସଂକ୍ରମଣ ରୋକିବାକୁ କଡ଼ାକଡ଼ି ପାଳନ ହେବ କଟକଣା

25/06/2021 at 6:03 PM

ମୁମ୍ବାଇ ୨୫/୬: କରୋନାର ଦ୍ବିତୀୟ ଲହର ପ୍ରକୋପ କମିଛି କି ନାହିଁ ଡେଲ୍‌ଟା ପ୍ଲସ୍‌ ଭାରିଏଣ୍ଟ ଭୟ ବଢ଼ାଇଲାଣି।  ମହାରାଷ୍ଟ୍ର, ଓଡ଼ିଶା ସମେତ ଦେଶର ୮ ରାଜ୍ୟକୁ ବ୍ୟାପିଲାଣି କରୋନାର ଡେଲଟା ପ୍ଲସ୍‌ ଭାରିଏଣ୍ଟ । ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ଅନଲକ୍‌ ପ୍ରକ୍ରିୟା ପରିବର୍ତେ କଟକଣା ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦ୍ବିତୀୟ ଲହର ପ୍ରକୋପ କମୁଥିବ ବେଳେ ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ସରକାର ୫ ସ୍ତରୀୟ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଥିଲେ। କିନ୍ତୁ ଏବେ ପୁଣି ଥରେ ରାଜ୍ୟରେ କଟକଣା ବଢ଼ାଇବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି।

ଜୁନ୍‌ ପ୍ରଥମ ସପ୍ତାହରେ ଫାଇଭ୍‌ ଲେବଲ ଅନଲକ ଯୋଜନା କରିଥିଲେ ସରକାର। ସଂକ୍ରମଣ କମୁଥିବାରୁ ଏଭଳି ନିଷ୍ପତ୍ତି ହୋଇଥିଲା ସତ କିନ୍ତୁ ସଂକ୍ରମଣ ଅଧିକ ଥିବା ଜିଲ୍ଲାରେ କଟକଣା କୋହଳ ହୋଇନଥିଲା। ଏବେ ପୁଣି ଥରେ ସମସ୍ତ ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବେ କଟକଣା କୋହଳ କରାଯିବ ନାହିଁ ବୋଲି ରାଜ୍ୟ ସରକାର ସଫା ସଫା ଶୁଣାଇଦେଇଛନ୍ତି। ଡେଲଟା ପ୍ଲସ୍‌ ଭାରିଏଣ୍ଟର ସଂକ୍ରମଣକୁ ଦେଖି ମହାରାଷ୍ଟ୍ର ସରକାର ୫ ସ୍ତରୀୟ ଅନଲକ୍‌ ପ୍ରକ୍ରିୟାକୁ ୩ ସ୍ତରୀୟ ପ୍ଲାନରେ ପରିଣତ କରିଛନ୍ତି ।

ମହାରାଷ୍ଟ୍ରର ମୁଖ୍ୟ ସଚିବ ସୀତାରାମ କୁଣ୍ଟେ ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି। ରାଜ୍ୟରେ ଦିଆଯାଇଥିବା ଅଧିକରୁ ଅଧିକ କୋହଳକୁ ଫେରସ୍ତ ନେଇଛନ୍ତି ସରକାର। ଡେଲଟା ପ୍ଲସ୍‌ ଭାରିଏଣ୍ଟକୁ ହାଲକାରେ ନେଇ ହେବ ନାହିଁ। କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି।

ପୂର୍ବରୁ ଦେଶରେ ବ୍ୟାପୁଥିବା ଡେଲଟା ପ୍ଲସ୍‌ ଭାରିଏଣ୍ଟକୁ ଚନ୍ତାଜନକ ବୋଲି କହିସାରିଛନ୍ତି କେନ୍ଦ୍ର ସରକାର। ପ୍ରଥମ ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ ଏପ୍ରିଲରେ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିଲେ । ମହାରାଷ୍ଟ୍ରର ୬ ଜିଲ୍ଲାରେ ଏବେ ସୁଦ୍ଧା ଡେଲଟା ପ୍ଲସ୍‌ ଭାରିଏଣ୍ଟ​‌ର ୨୧ ମାମଲା ମିଳିସାରିଛି।   

   Related Posts