ବନ୍ଦ ହେବ ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍
17/08/2019 at 12:36 PM

ସମ୍ବଲପୁର ୧୭|୮: ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ବନ୍ଦ ହେବ । ଉପରମୁଣ୍ଡରେ ବର୍ଷା ଯୋଗୁଁ ୫ଟି ଗେଟ୍ ବନ୍ଦ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଜଳଭଣ୍ଡାର ଖୋଲା ଯାଇଥିବା ୨୦ଟି ଗେଟ୍ ମଧ୍ୟରୁ ପର୍ଯ୍ୟାୟକ୍ରମେ ୧୦ଟି ଗେଟ୍ କୁ ବନ୍ଦ କରି ଦିଆଯାଇଛି।
ହୀରାକୁଦର ଜଳସ୍ତର ୬୨୦.୩୯ ଫୁଟ ରହିଛି। ଶୁକ୍ରବାର ସଂଧ୍ୟା ୬ଟା ସୁଦ୍ଧା ହୀରାକୁଦରୁ ୧,୭୪,୩୮୬ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୧୦ଟି ଗେଟ୍ ମାଧ୍ୟମରେ ୧ଲକ୍ଷ ୭୪ହଜାର ୩୮୬ ଘନଫୁଟ ପାଣି ନିଷ୍କାସିତ ହେଉଛି। ମୁଣ୍ଡଳି ଦେଇ ୩ଲକ୍ଷ ୭୩ ହଜାର ୩୪୭ ଘନଫୁଟ୍ ପାଣି ନିଷ୍କାସିତ ହେଉଛି।