ଏହି ୫ ସଙ୍କେତରୁ ବୁଝନ୍ତୁ ପୁରୁଷଙ୍କ ପାଇଁ ବିବାହ କରିବାର ସଠିକ ସମୟ କେବେ

Published By : Prameya-News7 Bureau | June 01, 2019 IST

ବିବାହ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଶ୍ଚିତ। ବିବାହ ପରେ ମଣିଷର ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ଏଣୁ ଅତ୍ୟନ୍ତ ସତର୍କତାର ସହ ବୁଝି ବିଚାରି ବିବାହ ନିଷ୍ପତି ନିଆଯିବା ଆବଶ୍ୟକ।  ତେବେ ଅନେକ କ୍ଷେତ୍ରରେ ଦେଖାଯାଏ ପୁରୁଷମାନେ ସେମାନଙ୍କ ବିବାହ ପ୍ରସଙ୍ଗକୁ ନେଇ ଅନେକ ସମୟରେ କନଫ୍ୟୁଜ ଥାନ୍ତି। ବିଶେଷ କରି ବିବାହର ଉପଯୁକ୍ତ ସମୟ ସେମାନେ ନିର୍ଦ୍ଧାରଣ କରିପାରନ୍ତିନି। ତେବେ ଆପଣ ଯଦି ଏଭଳି ଭ୍ରମରେ ପଡିଥାନ୍ତି, ତେବେ ଜାଣନ୍ତୁ ବିବାହର ଏହି ୫ସଙ୍କେତ। ଏହି ସଙ୍କେତକୁ ବୁଝି ପାରିଲେ ହିଁ ଜାଣିପାରିବେ ବିବାହ ପାଇଁ ଆପଣଙ୍କର ଏବେ ଉଚିତ ସମୟ ହୋଇଛି କି ନା।

{"id":118528}

ଆପଣ ଜୀବନରେ ଅନେକ ଭଲ ସମୟ ବିତାଇଥିବେ, ଏମିତି ଅନେକ କାମ କରିଥିବେ ଯେଉଁଥି ପାଇଁ ଆପଣଙ୍କୁ କେବେ ପଶ୍ଚାତାପ କରିବାକୁ ପଡି ନାହିଁ। ତେବେ ଯଦି ଆପଣଙ୍କ ମନ ସ୍ଥିରତା ଖୋଜୁଥାଏ, ବଞ୍ଚିବାର ନୂଆ ଆଧାର ଚାହୁଁଥାଏ ତେବେ ସ୍ପଷ୍ଟ ହୋଇଯାଆନ୍ତୁ ଏହା ହିଁ ଆପଣଙ୍କ ପାଇଁ ସଠିକ ବିବାହ ବୟସ। କାଳବିଳମ୍ବ ନକରି ଏଥର ମନଲାଖି ସାଥୀ ତଲାସରେ ଲାଗିଯାଆନ୍ତୁ।

{"id":118529,"width":574,"height":358}

ଯଦି ଏହି ସଙ୍କେତକୁ ଆପଣ ବୁଝି ପାରୁନାହାନ୍ତି ତେବେ ଆଉ ଏକ ସଙ୍କେତର ସୂଚନା ଜାଣନ୍ତୁ। ଯେତେବେଳେ ଆପଣ ଏକାକୀ ଥାନ୍ତି ସେତେବେଳେ ସାରା ଅର୍ଜନ ମନଖୋଲି ଖର୍ଚ୍ଚ କରିବାରେ ଲାଗନ୍ତି।  ଏପରିକି ଆସନ୍ତା କାଲିର ଚିନ୍ତା ମଧ୍ୟ କରନ୍ତି ନାହିଁ। କିନ୍ତୁ ଯେତେବେଳେ ଆପଣଙ୍କ ମନରେ ଆସନ୍ତା କାଲିର ଚିନ୍ତା ଆସେ ଅର୍ଜିତ ଅର୍ଥର ସଦୁପଯୋଗ କଥା ଭାବନ୍ତି ଓ ସଞ୍ଚୟ କରନ୍ତି ସେତେବେଳେ ଜାଣନ୍ତୁ ବିବାହ ପାଇଁ ଏହା ହିଁ ଆପଣଙ୍କର ସଠିକ ସମୟ। ତେବେ ଆପଣ ଯେଉଁ ବୟସରେ ଏବେ ଉପନୀତ ସେ ବୟସରେ ଆଉ ଏତେଖୋଜ ଲୋଡା  ନକରି ତୁରନ୍ତ ମିଳୁଥିବା ପ୍ରସ୍ତାବରେ ସହମତ ହୋଇଯାଆନ୍ତୁ।

{"id":118530}

ସେହିପରି ଆଉ ଏକ ସଙ୍କେତକୁ ବୁଝନ୍ତୁ। ସିଙ୍ଗଲ ଲାଇଫ ଅତ୍ୟନ୍ତ ବୋରିଂ, ଏହା ମଣିଷର ପ୍ରକୃତି ମଧ୍ୟ। ସମସ୍ତେ  ଚାହାନ୍ତି କାହାସହ ଟିକେ ମନର କଥା  ହୋଇପାରନ୍ତେ। ମନଖୋଜେ ଆଉ ଗୋଟିଏ ମନକୁ। ଟିନଏଜ୍ ବାଦେ ଯଦି ୨୪ରୁ ୨୮ ବର୍ଷ ବୟସରେ ଆପଣ ପହଞ୍ଚିଯାଇଛନ୍ତି ଓ ଆପଣଙ୍କୁ ମନର ମଣିଷଟି ମିଳିଯାଇଛି । ତେବେ ବିବାହ ପାଇଁ ଆଉ ଟାଳଟୁଳ କରିବା କଥା ହିଁ ନୁହେଁ।

{"id":118531}

ସେହିଭଳି ଯଦି ନୂଆନୂଆ ପ୍ରେମ ହୋଇଥାଏ ଆଉ ପ୍ରତି ସପ୍ତାହନ୍ତରେ ପାର୍ଟନରକୁ ଡେଟ କରୁଥାନ୍ତି ତେବେ ଡେଟିଂ ଯଦି ପ୍ରଗାଢ ହେଉଛି ଏହାକୁହିଁ ବିବାହର ଶୁଭ ସଙ୍କେତ ମାନି ନିଅନ୍ତୁ। ଯଦି ଏପରି କିଛି ନାହିଁ ଓ ଆପଣ ଆପଣଙ୍କ ନିକଟ ସମ୍ପର୍କିୟ ଦମ୍ପତ୍ତିଙ୍କ ପ୍ରତି  ଅଧିକ ଆକର୍ଷିତ ହେଉଛନ୍ତି ତେବେ ଏହା ମଧ୍ୟ ବିବାହର ଏକ ସଙ୍କେତ ବୋଲି ବୁଝା ଯିବ।  କାରଣ ଆପଣ ଏବେ ସେହି ବୟସରେ ପହଞ୍ଚିଛନ୍ତି ଯେଉଁଠି ଆପଣ କପଲଙ୍କ ସମ୍ପର୍କ ବୁଝିବାକୁ ଚେଷ୍ଟା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.