ଆମେରିକା ଦୂତାବାସ ନିକଟରେ ପଡିଲା ୫ ରକେଟ୍ , ଅନେକ ଆହତ

Published By : Prameya-News7 Bureau | January 27, 2020 IST

ବାଗଦାଦ ୨୭।୦୧: ଆମେରିକା ଦୂତାବାସ  ନିକଟରେ ପୁଣି ରକେଟ ମାଡ । ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକା ଦୂତାବାସ ନିକଟରେ ରକେଟ ମାଡ ହୋଇଛି ।  ଦୂତାବାସ ନିକଟରେ ୫ଟି ରକେଟ ମାଡ କରାଯାଇଛି । ରକେଟ ମାଡରେ କୌଣସି ଅନେକ ବ୍ୟକ୍ତି ଆହତ ହୋଇଥିବାର ସୂଚନା ମିଳିଛି । ତେବେ କେଉଁ ସଂଗଠନ ପକ୍ଷରୁ ରକେଟ ମାଡ ହୋଇଛି ତାହା ଅସ୍ପଷ୍ଟ ରହିଛି ।

wp:core-embed/twitter {"url":"https://twitter.com/ANI/status/1221478745711632384","type":"rich","providerNameSlug":"twitter","className":""}
https://twitter.com/ANI/status/1221478745711632384
/wp:core-embed/twitter

ଟ୍ରାଇଗ୍ରିସର ପଶ୍ଚିମ ବ୍ୟାଙ୍କ ନିକଟରେ ଜୋରଦାର ଆକ୍ରମଣ ହୋଇଥିବାର ଦେଖିବାକୁ ମିଳିଥିଲା । ଏହି ସ୍ଥାନ ନିକଟରେ ଆମେରିକା ଦୂତାବାସ ଓ ଅଧିକାଂଶ ବିଦେଶୀ ନାଗରିକମାନେ ବସବାସ କରୁଛନ୍ତି । ରକେଟ ମାଡ ପରେ ଇରାକର ସୁରକ୍ଷାକର୍ମୀ ସ୍ଥାନୀୟ ଅଞ୍ଚଳକୁ ଘେରିଯାଇଥିଲେ । ଇରାକ ସେନା ମୁତାବିକ ୫ଟି ରକେଟ ମାଡ ହୋଇଛି । ଗ୍ରୀନ ଜୋନରେ ଏହି ଆକ୍ରମଣ କରାଯାଇଛି । ଆକ୍ରମଣରେ ଅନେକ ବ୍ୟକ୍ତି ଆହତ ହୋଇଥିବାର ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ମିଳିପାରିନାହିଁ । ତେବେ ଏହି ରକେଟ ମାଡ ନେଇ ଉଭୟ ଆମେରିକା-ଇରାନ ମଧ୍ୟରେ ତିକ୍ତତା ବଢିବାର ଆଶଙ୍କ ମଧ୍ୟ ରହିଛି ।

ଗତ କିଛି ଦିନ ତଳେ ଦୂତାବାସ ନିକଟରେ ହୋଇଥିବା ରକେଟ ମାଡ ନେଇ ଇରାନକୁ ଦାୟୀ କରିଥିଲା ଆମେରିକା । ଏବଂ ଏହି ରକେଟ ମାଡ ପାଇଁ ଇରାନକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଆମେରିକା ଚେତାବନୀ ଦେଇଥିଲା । ଇରାନ କମାଣ୍ଡର କାସିମ ସୁଲେମାନୀର ମୃତ୍ୟୁ ପରେ ଇରାନ ଓ ଆମେରିକା ମଧ୍ୟରେ ବିବାଦ ଦେଖାଦେଇଛି । କମାଣ୍ଡର କାସିମ ସୁଲେମାନୀକୁ ଆମେରିକା ଡ୍ରୋନ ଜରିଆରେ ଇରାକ ବିମାନବନ୍ଦର ନିକଟରେ ବେଳେ ନିହତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.