Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ପଶ୍ଚିମବଙ୍ଗରେ ରାଜନୀତି ସରଗରମ : ଲୋକଙ୍କ ନିକଟତର ହେବାକୁ ରଥ ଯାତ୍ରା କରିବ ବିଜେପି, ବଢିପାରେ ଟିଏମସିର ଅଡୁଆ

17/01/2021 at 3:09 PM

କୋଲକାତା ୧୭/୦୧ : ପଶ୍ଚିମବଙ୍ଗରେ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦୁଇ ପ୍ରତିଦ୍ବନ୍ଦୀ ବିଜେପି ଏବଂ ଟିଏମସି କସରତ ଆରମ୍ଭ କରିଦେଲେଣି । ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ବେଙ୍ଗଲ ଜନତାଙ୍କ ଆସ୍ଥାଭାଜନ ହେବା ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି । ଏହାସହ ଭାରତୀୟ ଜନତା ପାର୍ଟି ଆଉ ପାଦେ ଆଗକୁ ଯାଇ ରାଜ୍ୟରେ ରଥ ଯାତ୍ରା ମାଧ୍ୟମରେ ଲୋକମାନଙ୍କ ନିକଟତର ହେବାକୁ ଯୋଜନା ପ୍ରସ୍ତୁତ କରିଛି ।

ଏହି ରଥ ଯାତ୍ରା ମାଧ୍ୟମରେ ରାଜ୍ୟରେ ସରକାର ବଦଳାଇବା ପାଇଁ ଲୋକମାନଙ୍କୁ ସଚେତନ କରିବ ବିଜେପି । ରାଜ୍ୟରେ ବିଜେପି ୫ଟି ଭିନ୍ନ ଭିନ୍ନ ସ୍ଥାନରେ ରଥ ଯାତ୍ରା କରିବ । ଯେଉଁଥିରେ ପଶ୍ଚିମବଙ୍ଗର ସମସ୍ତ ୨୯୪ ଟି ବିଧାନସଭା କ୍ଷେତ୍ରକୁ ଯାଇ ଲୋକଙ୍କୁ ସଚେତନ କରିବ ବିଜେପି । ଏହାର ଆରମ୍ଭ ଫେବୃୟାରୀ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଆରମ୍ଭ ହୋଇପାରେ ।

ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ବେଙ୍ଗଲ ବିଜେପିର ବହୁ ନେତା ଉପସ୍ଥିତ ଥିଲେ । ଏହି ବୈଠକରେ ଆଗାମୀ ଦିନରେ ପଶ୍ଚିମବଙ୍ଗରେ ବିଜେପିକୁ ମଜବୁତ ସ୍ଥିତିକୁ ଆଣିବା ସହ ବିଧାନସଭା ନିର୍ବାଚନରେ ଦଳକୁ ଅଧିକ ସଂଖ୍ୟକ ସିଟ୍‌ ବିଜୟୀ କରାଇବା ନେଇ ଗୁରୁମନ୍ତ୍ର ଦେଇଥିଲେ ବିଜେପି ଚାଣକ୍ୟ ଅମିତ ଶାହା ।

ପଶ୍ଚିମବଙ୍ଗ​‌ରେ ରାଜନୈତିକ ମାହୋଲ ବର୍ତ୍ତମାନ ସରଗରମ ରହିଛି । ରାଜ୍ୟ ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳୁଛି । କିଛି ଦିନ ପୂର୍ବରୁ ରାଜ୍ୟରେ ସତ୍ତାରେ ଥିବା ଟିଏମସିର ଅନେକ ବିଧାୟକ, ମନ୍ତ୍ରୀ ଏବଂ ବରିଷ୍ଠ ନେତା ଦଳ ଛାଡି ବିଜେପି​‌ରେ ଯୋଗଦେଇଛନ୍ତି । ଏହା ଦ୍ବାରା ରାଜ୍ୟରେ ବିଜେପି ଯେ ତାର ଆଗାମୀ ରଣକୌଶଳ ପ୍ରସ୍ତୁତ କାରିସାରିଲାଣି ସେଥିରେ ଦ୍ବିମତ ନାହିଁ । ସେପଟେ ଜାନୁୟାରୀ ଶେଷରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ଥିବାରୁ ଟିଏମସିର ଅନେକ ବରିଷ୍ଠ ନେତା ଦଳ ଛାଡି ବିଜେପିରେ ଯୋଗ ଦେଇପାରନ୍ତି ।  

   Related Posts