Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଲମତାପୁଟରୁ ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

17/01/2020 at 10:10 AM

ଲମତାପୁଟ ୧୭।୧: କୋରାପୁଟ ଜିଲ୍ଲା ଲମତାପୁଟରୁ ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ । ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବୋଲେରୋ ଓ ପିକଅପ ଭ୍ୟାନ୍ ମଧ୍ୟ ଜବତ କରିଛି ପୋଲିସ । ପାଟ୍ରୋଲିଂ ବେଳେ ସଗର ନିକଟରୁ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ଗଞ୍ଜେଇ ଜବତ କରିଛି ।

ପୋଲିସ ପ୍ରଥମେ ଏକ ପିକଅପ ଭ୍ୟାନକୁ ଅଟକାଇଥିଲା । ଗାଡି ଯାଞ୍ଚ କରି ସେଥିରେ ଥିବା ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଥିଲା । ଏହା ପଛରେ ଆସୁଥିବା ଏକ ବୋଲେରୋକୁ ମଧ୍ୟ ଅଟକାଇଥିଲା ପୋଲିସ । ହେଲେ ଗାଡିଟି ଅଟକି ନଥିଲା । ପୋଲିସ ଗାଡିକୁ ଧକ୍କା ଦେଇ ଚାଲିଯିବାକୁ ଉଦ୍ୟମ କରିଥିଲା । ପରେ ବୋଲେରୋ ପିଛା କରି ତାକୁ ଧରିଛି ପୋଲିସ ।

ଗିରଫ ହୋଇଥିବା ଦେଉଳପଡା ଗାଁର ବିନୋଦ ଖରା, ସୁର୍ମୀ ଗାଁର ଜୟରାମ ଗୋଲୋରୀ ଏବଂ ଦୁର୍ଲା ଗାଁର ସଦନ ହନ୍ତାଳକୁ ପୋଲିସ ପଚରାଉଚରା କରିଛି । ବଡପଡା ଗାଁରୁ ସେମିଳିଗୁଡାକୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା ।

   Related Posts