ନକ୍ସଲ ଆକ୍ରମଣରେ ୫ ସୁରକ୍ଷାକର୍ମୀ ସହିଦ, ଥାନାରୁ ଲୁଟି ନେଲେ ଅସ୍ତ୍ରଶସ୍ତ୍ର
15/06/2019 at 8:38 AM

ଝାଡଖଣ୍ଡ ୧୫|୬: ଝାଡଖଣ୍ଡ ଷଢେଇକଳାରେ ବଡ ନକ୍ସଲ ଆକ୍ରମଣରେ ୫ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ତିରୁଲଡିହ ଥାନା ଉପରେ ନକ୍ସଲମାନେ ଅତର୍କିତ ଆକ୍ରମଣ କରିଥିଲେ । ଏହି ସମୟରେ ପୋଲିସ କର୍ମଚାରୀମାନେ ଥାନାରେ ଉପସ୍ଥିତ ଥିଲେ । କିଛି ନକ୍ସଲ ବାଇକ୍ରେ ଆସି ଅତର୍କିତ ଗୁଳି ଚଳାଇଥିଲେ । ନକ୍ସଲଙ୍କ ଆକ୍ରମଣରେ ୫ ସୁରକ୍ଷାକର୍ମୀ ସହିଦ ହୋଇଥିବା ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ ଦୁଇ ଜଣ ଏଏସଆଇ ଏବଂ ୩ ଜଣ କନଷ୍ଟେବଳ ଅଛନ୍ତି । ନକ୍ସଲମାନେ ଥାନାରୁ ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଜାରି ରହିଛି କମ୍ବିଂ ଅପରେସନ୍
Related Posts
ପୁଣି ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲରେ ତୀବ୍ରତା ୪.୧
16 January 2021