୪ ଦେଶୀ ବନ୍ଧୁକ ସହ ୫ ଶିକାରୀ ଗିରଫ, ହରିଣ ଛାଲ ଜବତ

Published By : Prameya-News7 Bureau | December 06, 2020 IST

ଢେଙ୍କାନାଳ ୦୬।୧୨: ଢେଙ୍କାନାଳ ବନବିଭାଗ ପକ୍ଷରୁ କପିଳାସ ବନାଞ୍ଚଳରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା। କପିଳାସ ବନ କର୍ମଚାରୀମାନେ  ୪ଟି ଦେଶୀ ବନ୍ଧୁକ, ଦୁଇଟି ହରିଣ ଛାଲ, ଶୀକାର ପାଇଁ ବ୍ୟବହାର କରା ଯାଉଥିବା ଶହେଟି ଫାସ ଲାଇଟ ଓ ବଜ୍ରକାପ୍ତାର କିଛି କାତି ଜବତ କରିଛନ୍ତି। ଏହା ସହ ୫ ଜଣ ଶୀକାରୀଙ୍କୁ ମଧ୍ୟ ଗିରଫ କରିଛି ବନବିଭାଗ।

{"id":373562,"sizeSlug":"large"}

ଗିରଫ ଶୀକାରୀ ମାନେ ହେଲେ ନବ ବାଲ୍ମୁଚି, ବୁଡୁ ବାଲ୍ମୁଚି, ରତ୍ନା ବାଲ୍ମୁଚି, କୁରୁପା ବାଇପି ଓ ସନାତନ ଦେହୁରୀ। ସମସ୍ତଙ୍କ ବୟସ ୨୦ରୁ ୩୫ ବର୍ଷ ମଧ୍ୟରେ ବୋଲି ସୂଚନା ମିଳିଛି ।  ଏମାନେ କପିଳାସ ବନାଞ୍ଚଳରୁ ପଶୁ ଶିକାର କରି ବହାରକୁ ଚାଲାଣ କରିଥାନ୍ତି ବୋଲି ଜଣାପଡିଛି। ଅଭିଯୁକ୍ତଙ୍କୁ ୱ।ଇଲ୍ଡ ଲାଇଫ ଆକ୍ଟ ୧୯୭୨ ଅଧିନରେ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.