Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

୭୫ ବର୍ଷ ପରେ ଶନି ଅମାବାସ୍ୟା ଦିନ ପଡୁଛି ସୂର୍ଯ୍ୟ ପରାଗ: ବିଛା ରାଶିରେ ୫ ଗ୍ରହର ସଂଯୋଗ, ହୋଇପାରେ ରାଜନୈତିକ ପରିବର୍ତ୍ତନ

3/12/2021 at 4:06 PM

ଭୁବନେଶ୍ୱର ୦୩/୧୨ : ଡିସେମ୍ବର ୪ ତାରିଖ, ଶନିବାର ଦିନ ଗ୍ରହମାନଙ୍କର ଯେଉଁ ସ୍ଥିତି ସୃଷ୍ଟି ହେଉଛି ତାହା ୧୯୪୬ ନଭେମ୍ବର ୨୩ ରେ ହୋଇଥିଲା। ଅର୍ଥାତ ୭୫ ବର୍ଷ ପରେ ମାର୍ଗଶିର ମାସରେ ଶନି ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ସହ ବିଛା ରାଶିରେ ସୂର୍ଯ୍ୟ, ଚନ୍ଦ୍ରମା, ମଙ୍ଗଳ, ବୁଧ ଓ କେତୁ ଗ୍ରହ ସହ ପଞ୍ଚଗ୍ରହ ଯୋଗ ଉତ୍ପନ୍ନ ହେଉଛି। ଗ୍ରହମାନଙ୍କ ସ୍ଥିତିର ପ୍ରଭାବ ଦେଶ-ଦୁନିଆ ସହ ସବୁ ରାଶି ଉପରେ ମଧ୍ୟ ପଡିଥାଏ। ଏଥର ସୂର୍ଯ୍ୟ ପରାଗ ଦେଶରେ ଦୃଶ୍ୟମାନ ହେବନାହିଁ। ସେଥିପାଇଁ ସୂତକ ମାନ୍ୟ ନୁହେଁ।

ବିଦେଶରେ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ କିନ୍ତୁ ଭାରତରେ ଦୃଶ୍ୟମାନ ନୁହେଁ। ଜ୍ୟୋତିଷଙ୍କ କହିବାନୁଯାୟୀ, ଯେଉଁ ଗ୍ରହଣ ବା ପରାଗ ଦୃଶ୍ୟମାନ ନୁହେଁ ତାହା ମାନ୍ୟ ନୁହେଁ। ତାର କୌଣସି ଧାର୍ମିକ ମହତ୍ତ୍ୱ ନାହିଁ। ସେଥିପାଇଁ ଶନି ଅମାବାସ୍ୟା ଦିନ ସ୍ନାନ-ଦାନ ଓ ପୂଜାପାଠ କରାଯାଇପାରିବ। ଏହି ଦିନ ମନ୍ଦିର ମଧ୍ୟ ବନ୍ଦ ହେବନାହିଁ। ଫଳରେ ଦର୍ଶନ ଓ ପୂଜା ମଧ୍ୟ ହୋଇପାରିବ। ଏହି ସୂର୍ଯ୍ୟ ପରାଗ ଯୋଗୁଁ ମେଷ, ବୃଷ, କର୍କଟ, ତୁଳା, ବିଛା, ଧନୁ ଓ ମୀନ ରାଶି ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପଡିବ। ଅନ୍ୟ ରାଶି ପାଇଁ ସାମାନ୍ୟ ରହିବ।

ଜ୍ୟୋତିଷଙ୍କ କହିବାନୁଯାୟୀ, ବିଶେଷ ଦିନରେ ଗ୍ରହମାନଙ୍କର ସଂଯୋଗ ହେଲେ ଦାନ, ପୁଣ୍ୟ, ଅନୁଷ୍ଠାନ ଆଦି ପାଇଁ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ୪ ତାରିଖରେ ଶନି ଅମାବାସ୍ୟା ଦିନ ବିଛା ରାଶିରେ ୫ଟି ଗ୍ରହର ସଂଯୋଗ ହେଉଛି। ଏହି ସଂଯୋଗ ବେଳେ ମଙ୍ଗଳ ଓ ଶନି ନିଜ ନିଜ ରାଶିରେ ରହିବେ।  

ଏହି ଗ୍ରହମାନଙ୍କ ପ୍ରଭାବରେ ଦେଶରେ ବଡ ରାଜନୈତିକ ପରିବର୍ତ୍ତନ ହେବ ଏବଂ କୂଟନୀତି କ୍ଷେତ୍ରରେ ସଫଳତାର ସଂକେତ ରହିଛି। ପାଣିପାଗ ପରିବର୍ତ୍ତନ ହେବ। ଫଳରେ ଲୋକଙ୍କ ସମସ୍ୟା ବଢିପାରେ। ବିବାଦ, ଦୁର୍ଘଟଣା ଓ ଆନ୍ଦୋଳନ ବଢିପାରେ। ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ। ଦେଶର କିଛି ସ୍ଥାନରେ ଅଗ୍ନିକାଣ୍ଡ ଘଟିବାର ମଧ୍ୟ ସମ୍ଭାବନା ରହିଛି।

   Related Posts