Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଏମିତି ୫ଟି ଜାଗା ଯେଉଁଠାରେ ହସିଲେ ବ୍ୟକ୍ତି ହୋଇଥାଏ କୋଟିଏ ପାପର ଭାଗିଦାରୀ

24/02/2021 at 5:07 PM

ଭୁବନେଶ୍ୱର ୨୪/୦୨ : ହସିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ। ଏହାକୁ ଉଭୟ ଜ୍ୟୋତିଷ ଓ ବିଜ୍ଞାନ ସ୍ୱୀକାର କରିଛନ୍ତି। କେବଳ ହସିବା ଦ୍ୱାରା ହିଁ ବ୍ୟକ୍ତି ଅନେକ ପ୍ରକାର ରୋଗରୁ ମୁକ୍ତି ପାଇଥାଏ। କିନ୍ତୁ ଅପରପକ୍ଷରେ ଜ୍ୟୋତିଷଶାସ୍ତ୍ରରେ ଅନୁଯାୟୀ, ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ବ୍ୟକ୍ତି ଭୁଲରେ ବି ହସିବା କଥା ନୁହେଁ। ଏହିସବୁ ସ୍ଥାନରେ ହସିଲେ କୋଟିଏ ପାପର ଭାଗିଦାରୀ ହୋଇଥାଏ। କେଉଁ କେଉଁ ସ୍ଥାନରେ ବ୍ୟକ୍ତିକୁ ହସିବା ମନା ପଢନ୍ତୁ।

ସ୍ମଶାନରେଯଦି ଜଣେ ବ୍ୟକ୍ତି ସ୍ମଶାନ ଯାଇ ହସେ ତାହେଲେ ତାହେଲେ ଏହା ୧୦୦ ପାପ ସହ ସମାନ ହୋଇଥାଏ। ସ୍ମଶାନରେ ହସିଲେ ଏହା ସେହି ବ୍ୟକ୍ତିର ପରିବାର ପ୍ରତି ଅପମାନ ହୋଇଥାଏ ଯେଉଁ ପରିବାର ଶୋକରେ ବୁଡି ରହିଥାଏ।

କୋକେଇ ପଛ ଆଡେ କୋକେଇ ପଛ ପଟେ ବି କେବେ ହସିବା ଉଚି ନୁହେଁ। କୌଣସି ମୃତକଙ୍କ ଶୋକ ଯାତ୍ରାରେ ଗଲାବେଳେ ହସିବା କଥା ନୁହେଁ। ହସିବା ଦ୍ୱାରା ମୃତ ବ୍ୟକ୍ତିଙ୍କ ଅପମାନ ହୋଇଥାଏ। 

ଶୋକାକୁଳ ପରିବାରରେ କୌଣସି ଶୋକାକୁଳ ପରିବାରକୁ ଯାଇ ହସିବା ଉଚିତ ନୁହେଁ। ଏହିଭଳି ସ୍ଥାନକୁ ଯାଇ ଅଯଥା ଗପ ମଧ୍ୟ ଗପିବା ଅନୁଚିତ।

ମନ୍ଦିରରେ କୌଣସି ମନ୍ଦିରକୁ ଯାଇ ମଧ୍ୟ ହସିବା ଉଚିତ ନୁହେଁ। ଆମେ ସାଧାରଣତଃ ମନ୍ଦିରକୁ ଭଗବାନଙ୍କୁ କିଛି ମାଗିବାକୁ ବା ଦୁଃଖ ଜଣାଇବାକୁ ଯାଇଥାଉ। ସେଥିପାଇଁ ମନ୍ଦିରରେ ଶାନ୍ତ ମନରେ ଭଗବାନଙ୍କୁ ସ୍ମରଣ କରି ପ୍ରାର୍ଥନା କରିବା ଉଚିତ।

ଧାର୍ମିକ କାର୍ଯ୍ୟରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ବା ଭଗବାନଙ୍କ ପ୍ରବଚନ ଦିଆଯାଉଥିବା ସ୍ଥାନରେ ମଧ୍ୟ କେବେ ହସିବା ଉଚିତ ନୁହେଁ। ଏହିଭଳି ସ୍ଥାନରେ ହସିଲେ ବ୍ୟକ୍ତି ଜ୍ଞାନ ପାଇବାରୁ ବଞ୍ଚିତ ହୋଇଥାଏ ଏବଂ ଅନ୍ୟମାନଙ୍କୁ ମଧ୍ୟ ସମସ୍ୟା ହୋଇଥାଏ।

   Related Posts