କୋଲକାତା ୪/୧୨: ପଶ୍ଚିମ ବଙ୍ଗର ଉତ୍ତର ୨୪ପ୍ରଗଣା ଜିଲ୍ଲାର ନୈହାଟୀ ଅଞ୍ଚଳରେ ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହେବାରୁ ୫ଜଣଙ୍କ ମୃତ୍ୟୁ ହୋଇଯାଇଛି।
{"id":206598,"sizeSlug":"large"}ଜଣେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ କହିବା ଅନୁସାରେ ବାଣ ଫ୍ୟାକ୍ଟ୍ରି ଭିତରେ ଗତକାଲି ଦ୍ବିପ୍ରହର ସାଢ଼େ ୩ଟାବେଳେ ଏହି ବିସ୍ଫୋରଣ ହୋଇଥିଲା। ସେ କହିଥିଲେ ଯେ ଏହି ଦୁର୍ଘଟଣାରେ ୪ଜଣ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ଜଣେ ଗୁରୁତର ଥିଲେ। ଗୁରୁତର କର୍ମଚାରୀଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସା ସମୟରେ ତାଙ୍କ ମୃତ୍ୟୁ ଘଟିଥିଲା। ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଦମକଳବାହିନୀ ଗାଡ଼ିକୁ ପଠାଯାଇଥିଲା।