Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଲଟେରୀ ଲୋଭ ଦେଖାଇ ଲୁଟିଥିଲେ ଟଙ୍କା, ଶାହାରୁଖ ଖାନ୍‌ଙ୍କ ସମେତ ୫ଜଣ ଗିରଫ ; ରାଜ୍ୟ ବାହାରକୁ ଲମ୍ବିଥିଲା ଅନ୍‌ଲାଇନ୍‌ ଠକେଇର ସିଣ୍ଡିକେଟ୍

27/01/2021 at 1:40 PM

କଳାହାଣ୍ଡି ୨୭।୦୧: ଅନଲାଇନ୍‌ ଠକେଇ ଅଭିଯୋଗରେ ୫ ଅଭିଯୁକ୍ତ ଗିରଫ । ଉତ୍ତରପ୍ରଦେଶ ହମିରପୁରରୁ ୫ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ଅଭିଳାଷ ସିଂହ, ପରବେଜ ଅହମ୍ମଦ, ଓ୍ୱହିଦ ଖାନ୍‌, ଶାହାରୁଖ ଖାନ୍‌, ଜୁନେଦ ଅହମ୍ମଦ ।

ଖବର ଅନୁଯାୟୀ, ଗତ ୯ତାରିଖ ଦିନ ଭବାନୀପାଟଣା ଟାଉନ ଥାନାରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଅଭିଯୋଗ କରିଥିଲେ । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଗଙ୍ଗାଧର ସୁବୁଦ୍ଧିଙ୍କୁ ୨ଲକ୍ଷ ୬୭୮ହଜାର ଟଙ୍କାର ଠକେଇ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ କଳାହାଣ୍ଡି ପୋଲିସ ୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ଏହି ଠକେଇର ଚେର ରାଜ୍ୟ ବାହାରକୁ ଲମ୍ବିଛି ବୋଲି ପୋଲିସ ଜାଣିବାକୁ ପାଇଥିଲା ।  

ପୋଲିସ ଉତ୍ତରପ୍ରଦେଶର ହମିରପୁରରୁ ୫ଜଣ ସାଇବର ଠକଙ୍କୁ ଧରିବାର ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ଅଭିଳାଷ ସିଂହ, ପରବେଜ ଅହମ୍ମଦ, ଓ୍ୱହିଦ ଖାନ୍‌, ଶାହାରୁଖ ଖାନ୍‌, ଜୁନେଦ ଅହମ୍ମଦ । ସେମାନଙ୍କ ନିକଟରୁ ମୋଟ ୫୨ହଜାର ୩୮୮ଟଙ୍କା , ୧୦ଟି ମୋବାଇଲ ଜବତ କରିଛି ପୋଲିସ ।  ମୋବାଇଲ୍ ଫୋନ୍ ଜରିଆରେ ଅଭିଯୁକ୍ତ ଲଟେରୀ ଟଙ୍କା ପୈଠର ଲୋଭ ଦେଖାଇ ଅନଲାଇନ ଠକେଇ କରୁଥିଲେ । ଏନେଇ ଭବାନୀପାଟଣା ଏସଡିପିଓ ସତ୍ୟନାରାୟଣ ସୁବୁଦ୍ଧି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୁଚନା ଦେଇଛନ୍ତି ।

   Related Posts