Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଜୀବିତ ବ୍ୟକ୍ତି ପାଲଟିଗଲେ ମୃତ, ଆମ୍ବୁଲାନ୍ସରେ ୨୦୦ କି.ମି. ଆସିଲା ପରେ ଧରାପଡିଲା ପ୍ରକୃତ ସତ

2/04/2020 at 1:26 PM

ଜମ୍ମୁ ୨।୪: କରୋନା ଯୋଗୁଁ ସାରା ଦେଶରେ ଲାଗୁ ହୋଇଛି ୨୧ ଦିନିଆ ଲକ୍ ଡାଉନ୍ । ଏହି ସମୟରେ ଲୋକମାନେ ଘରକୁ ବାହାରିବାକୁ ବାରଣ କରାଯାଉଛି । ହେଲେ ଲୋକମାନେ ବାହାରକୁ ଯିବାକୁ ଅଜବ ପ୍ରକାରର କୌଶ ଅପଣାଉଛନ୍ତି ।

ସୂଚନାଯୋଗ୍ୟ ଯେ, ଜାମ୍ମୁ ଡାକ୍ତରଖାନାଠାରୁ ୨୦୦ କିଲୋମିଟର ଦୂରରେ ଥିବା ପୁଞ୍ଚକୁ ଯିବାକୁ ୫ ଜଣ ଲୋକ ଏଭଳି ଏକ ବାହାନା କରିଥିଲେ ଯେ ପୋଲିସ ମଧ୍ୟ ଚକିତ ହୋଇଯାଇଥିଲା । ପୁଞ୍ଚର ବାସିନ୍ଦା ହାକିମଦୀନ୍‌ଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେଠାରେ କାର୍ଯ୍ୟରତ ଆମ୍ବୁଲାନ୍ସ ଡ୍ରାଇଭରଙ୍କର କୌଣସି କାମରେ ପୁଞ୍ଚକୁ ଯିବାକୁ ପଡିଲା । ହାକିମଦୀନ ମଧ୍ୟ ପୁଞ୍ଚକୁ ଯିବାକୁ ଚାହୁଁଥିଲେ । ତେଣୁ ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ହାକିମଦୀନଙ୍କୁ ତାଙ୍କ ମୃତ୍ୟୁ ପ୍ରମାଣପତ୍ର ମେଡିକାଲରୁ ତିଆରି କରି ଆଣିବାକୁ କହିଥିଲେ । ଏପରି ପରିସ୍ଥିତିରେ ସେ ତାଙ୍କ ଶବ ନେଇ ପୁଞ୍ଚରେ ଛାଡିବାକୁ ଯିବେ ଏମିତିରେ ସେମାନେ ପୁଞ୍ଚରେ ପହଞ୍ଚିଯିବେ ।

ସତକୁ ସତ ସେମିତି ହେଲା । ଏହି ଯୋଜନାରେ ହାକିମଦୀନ୍, ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଅନ୍ୟ ତିନି ଜଣ ସଂପୃକ୍ତ ଥିଲେ । ସେମାନେ ସମସ୍ତେ ମିଶି ହାକିମଦୀନଙ୍କ ମୃତ୍ୟୁ ପ୍ରମାଣପତ୍ର ଯୋଗାଡ କରିଥିଲେ । ଏହାପରେ ଜୀବିତ ଥିବା ହାକିମଦୀନ୍ ଙ୍କ ଶରୀରକୁ ଆମ୍ବୁଲାନ୍ସରେ ରଖି ସମସ୍ତେ ପୁଞ୍ଚ ଅଭିମୁଖେ ବାହାରିପଡିଲେ ।

ହସ୍ପିଟାଲରୁ ୨୦୦ କିଲୋମିଟର ରାସ୍ତାରେ ଏହି ଲୋକମାନେ ସମସ୍ତ ଚେକ୍ ଅତିକ୍ରମ କରି ଚାଲିଯାଇଥିଲେ । କିନ୍ତୁ ଗାଁ ପୂର୍ବରୁ ଶେଷ ଚେକ୍ ପୋଷ୍ଟରେ ପୋଲିସ ସନ୍ଦେହ ଲାଗିଥିଲା । ସେ ଜାଣିସାରିଥିଲେ ଯେ ସିଟ୍ ଉପରେ ପଡିଥିବା ବ୍ୟକ୍ତି ଜୀବିତ ଅଛନ୍ତି । ଏହାପରେ ଯେତେବେଳେ ପୋଲିସ ପଚରାଉଚରା କଲା ସେତେବେଳେ ପୁରା ସତ ପଦାକୁ ଆସିଲା । ସମସ୍ତେଙ୍କ ଉପରେ ଲକ୍ ଡାଉନ୍ ନେଇ ସରକାରୀ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।

   Related Posts