ବସରେ ଲାଗିଗଲା ନିଆଁ,ଜଳିଗଲେ ୨ଶିଶୁଙ୍କ ସହ ୫ଜଣ : ଇଞ୍ଜିନରେ ଯାନ୍ତ୍ରିକ ତ୍ରୃଟିରୁ ଘଟିଲା ଅଘଟଣ

Published By : Prameya-News7 Bureau | August 12, 2020 IST

ଚିତ୍ରଦୁର୍ଗ ୧୨/୮: କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଜୟପୁରାରୁ ବେଙ୍ଗାଲୁରୁ ଯାଉଥିବା ଘରୋଇ ବସରେ ନିଆଁ ଲାଗିଯିବା କାରଣରୁ ୫ଜଣ ଜୀବନ୍ତ ଜଳି ଯାଇଛନ୍ତି। ଏହି ଘଟଣା ଚିତ୍ରଦୁର୍ଗ ଜିଲ୍ଲାର ଜାତୀୟ ରାଜପଥରେ ଘଟିଛି।

 ସୂଚନା ଅନୁଯାୟୀ ବସରେ ୩୨ଜଣ ଯାତ୍ରୀ ଥିଲେ ଏବଂ ୪ନମ୍ବର ଜାତୀୟ ରାଜପଥର କେଆର ହଲ୍ଲି ନିକଟରେ ନିଆଁ ଲାଗିଥିଲା। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁଙ୍କ ସହ ଜଣେ ମହିଳା ରହିଛନ୍ତି।

କୁହାଯାଉଛି ଯେ ବସର ଇଞ୍ଜିନରେ କୌଣସି ତ୍ରୃଟି ଥିବାରୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଏସପି ପହଞ୍ଚିଥିଲେ। ଗୁରୁତରଙ୍କୁ ନିକଟସ୍ଥ ଜିଲ୍ଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ମାମଲା ରୁଜୁ କରି ପରବର୍ତ୍ତୀ ଯାଞ୍ଚ ଆରମ୍ଭ କରି ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.