ସ୍ପେଶାଲ ଟ୍ରେନ୍‌ ବି ବାଦ୍ ପଡିଲାନି, ଚିହ୍ନଟ ହେଲେ ୫ କରୋନା ପଜିଟିଭ୍, ରେଲଓ୍ଵେ ମହଲରେ ଚାଞ୍ଚଲ୍ୟ

Published By : Prameya-News7 Bureau | May 20, 2020 IST

ନୂଆଦିଲ୍ଲୀ ୨୦।୦୫: କେନ୍ଦ୍ର ସରକାର କରୋନା ସଂକ୍ରମଣର ପ୍ରତିରୋଧ ଲାଗି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ଏହି ଲକ୍‌ଡାଉନ୍‌ ମଧ୍ୟରେ କେନ୍ଦ୍ର ସରକାର ମେ ୧୨ରୁ ୧୫ଟି ରୁଟ୍‌ରେ ସ୍ଵତନ୍ତ୍ର ଟ୍ରେନ୍ ଚଳାଉଛନ୍ତି। ଏହି କ୍ରମରେ ମେ ୧୩ରେ ଚଳାଚଳ ଆରମ୍ଭ କରିଥିବା ଚେନ୍ନାଇ ସ୍ପେଶାଲ ଏସି ଟ୍ରେନ୍‌ରେ ପାଞ୍ଚ ଯାତ୍ରୀ କରୋନା ସଂକ୍ରମିତ  ଚିହ୍ନଟ ହୋଇଛନ୍ତି। ଏହାର ସୂଚନା ମିଳିବା ପରେ ଏହି ଟ୍ରେନ୍‌ରେ ମୁତୟନ ଚାର ଟିକେଟ୍‌ ଚେକିଂ ଷ୍ଟାଫଙ୍କୁ କ୍ଵାରେଣ୍ଟାଇନ୍‌ରେ ପଠାଇ ଦିଆଯାଇଛି।

ସାଉଥ ରେଲଓ୍ଵେର ଅଧିକାରୀ ମଙ୍ଗଳବାର ନର୍ଦନ ରେଲଓ୍ଵେର ଅଧିକାରୀଙ୍କୁ ସୂଚନା ଦେଇଛନ୍ତି ଯେ, ମେ ୧୩ରେ ନୂଆଦିଲ୍ଲୀରୁ ଚାଲିଥିବା ଚେନ୍ନାଇ ସ୍ପେଶାଲ ଟ୍ରେନ୍‌ର ୫ ଯାତ୍ରୀ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚେନ୍ନାଇ ପ୍ରଶାସନ ପକ୍ଷରୁ ସେମାନଙ୍କର ନମୂନା ଯାଞ୍ଚ କରାଯାଇଥିଲା। ସଂକ୍ରମିତଙ୍କ ମଧ୍ୟରୁ ଚାରି ଯାତ୍ରୀ ଥାର୍ଡ ଏସିର ଏକ କୋଚ୍‌(ବି-୧୧)ରେ ଯାତ୍ରା କରିଥିଲେ। ଅନ୍ୟ ଜଣେ ଯାତ୍ରୀ ସେକେଣ୍ଡ ଏସି କୋଚ୍(ଏ-୫)ରେ ଯାତ୍ରା କରିଥିଲେ।

{"id":273218,"sizeSlug":"large"}

ନୂଆଦିଲ୍ଲୀର ବରିଷ୍ଠ ଡିଭିଜନାଲ କର୍ମସିଆଲ ମ୍ୟାନେଜର, ଦିଲ୍ଲୀ ସ୍ଥିତ ନର୍ଦନ ରେଲଓ୍ଵେ ସେଣ୍ଟ୍ରାଲ ହସ୍ପିଟାଲକୁ ଏକ ପତ୍ର ଲେଖି କହିଛନ୍ତି, ଚାରି ଜଣ ଟିଟିଇ ସମ୍ବନ୍ଧିତ ଟ୍ରେନ୍‌ରେ ଡ୍ୟୁଟିରେ ଥିଲେ। ସେହି ଦୃଷ୍ଟିରୁ ସେମାନଙ୍କର କୋଭିଡ୍-୧୯ ଟେଷ୍ଟିଂ କରାଯିବ। ଏହି ବିଷୟରେ ରେଲଓ୍ଵେ ସମ୍ବନ୍ଧିତ ଟ୍ରେନ୍‌ର ସମସ୍ତ କର୍ମଚାରୀଙ୍କୁ ନିଜର ସ୍ଵାସ୍ଥ୍ୟ ସଂପର୍କିତ ସୂଚନା ଦେବାକୁ  କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.