ଖଣ୍ଡିଆଭୂତ ଯୋଗୁଁ ଘଟିଲା ଦୁର୍ଘଟଣା, ୫ ଯାତ୍ରୀ ଗୁରୁୁତର
28/02/2021 at 3:25 PM

କରଞ୍ଜିଆ୨୮/୨: ଖଣ୍ଡିଆଭୂତ ଯୋଗୁଁ ଘଟିଲା ଦୁର୍ଘଟଣା। ଘୂର୍ଣ୍ଣିଝଡ଼ ଯାହାକୁ ଗାଁ ଗହଳି ଖଣ୍ଡିଆଭୂତ କହନ୍ତି। ଏହି ଖଣ୍ଡିଆଭୂତ ଯୋଗୁଁ ନିଆଁ ଲାଗି ଯାଇଥିଲା। ନିଆଁ ଦ୍ରୁତଗତିରେ ଚାରିଆଡେ ବ୍ୟାପିବା ସହ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା। ଧୂଆଁ ଯୋଗୁଁ ରାସ୍ତାରେ ୨ଟି ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା। ଜଙ୍ଗଲର ନିଆ ଛିଟିକି ରାସ୍ତାରେ ଉପରେ ପଡିଥିଲା। ଯାହାଫଳରେ ୫ ଯାତ୍ରୀ ପୋଡି ହୋଇ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ୫ ଜଣଙ୍କୁ ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି।