Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଭଦ୍ରକର ୫ଟି ପଞ୍ଚାୟତକୁ ଘୋଷଣା କରାଗଲା ବଫର ଜୋନ୍‌

15/05/2020 at 1:32 PM

ଭଦ୍ରକ୧୫/୫: କ୍ରମାଗତ ଭାବେ କରୋନା ପଜିଟିଭଙ୍କ ସଂଖ୍ୟା ଭଦ୍ରକ ଜ଼ିଲ୍ଲାରେ ବଢ଼ି ୪୬ରେ ପହଞ୍ଚିଛି। ଶୁକ୍ରବାର ନୂଆ ୬ ଜଣ କରୋନା ପଜିଟିଭ ବାହାରିବା ପରେ ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଭଦ୍ରକ ଜ଼ିଲ୍ଲାର ତିହିଡି, ଧାମନଗର, ବାସୁଦେବପୁର ବ୍ଲକର ୫ ଗୋଟି ସ୍କୁଲରେ ହୋଇଥିବା ଟିଏମ୍‌ସି କେନ୍ଦ୍ରକୁ କ୍ବାରେଣ୍ଟାଇନ ଜୋନ୍ କରାଯାଇଥିବା ବେଳେ ୫ ଗୋଟି ପଞ୍ଚାୟତକୁ ବଫର ଜୋନ ଘୋଷଣା କରାଯାଇଛି।

ସେହି ସବୁ ସ୍ଥାନକୁ ଯେପରି କୌଣସି ବ୍ୟକ୍ତି ଯିବା ଆସିବା ନ କରିବେ ସେଥିପ୍ରତି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନଜର ଦିଆଯାଇଛି । ସେହିପରି ଭାବେ ସମସ୍ତ ଏହି ୬ ନୂଆ ପଜିଟିଭ ପଶ୍ଚିମବଙ୍ଗରୁ ଆସିଥିଲେ, ସେମାନେ ଆସିବା କ୍ଷଣେ ଭଦ୍ରକ ସଦର ମହକୁମାରୁ ସ୍ୱାବ ସଂଗ୍ରହ କରି ପଠାଯାଇଥିଲା । ତେବେ ବଫର ଜୋନ ମାନଙ୍କରେ ସର୍ଭିଲାନ୍ସକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଘୋଷିତ ହୋଇଥିବା ୫ ଟି ବଫର ଜୋନ ମାନଙ୍କରେ ୫ ଜଣ ଅଫିସରଙ୍କୁ ନିୟୋଜିତ କରାଯାଇଛି।

   Related Posts