୧୭୫ କୋଟି ଟଙ୍କାର ହେରୋଇନ ଜବତ , ବନ୍ଧାହେଲେ ୫ ପାକିସ୍ତାନୀ : ଗୋଡେଇ ଧରିଲା ତଟରକ୍ଷୀ ବାହିନୀ ଇଣ୍ଟରସେପ୍ଟର
6/01/2020 at 2:44 PM

ଅହମ୍ମଦାବାଦ ୬/୧ : ଗୋଇନ୍ଦା ତଥ୍ୟ ଆଧାରରେ ଏକ ହେରୋଇନ ଚାଲାଣ ରାକେଟକୁ ଧରିଛି ତଟରକ୍ଷୀ ବାହିନୀ । ୩୫ କିଲୋଗ୍ରାମ ହୋରୋଇନ ଜବତ ହୋଇଛି । ଜବତ ହେରୋଇନର ଅନ୍ତର୍ଜାତୀୟ ମୂଲ୍ୟା ୧୭୫ କୋଟି ଟଙ୍କା ହେବ । ଏହ ଘଟଣାରେ ପାକିସ୍ତାନର ୫ ଜଣନାଗରିକଙ୍କୁ ଗିରଫ କରାଯାଇଛି ।

ସାମୁଦ୍ରିକ ପଥରେ ଚାଲିଥିଲା ନିଶିଦ୍ଧ ନିଶାର ବିରାଟ ରାକେଟ । ପାକିସ୍ତାନରୁ ଆସୁଥିଲା ଭାରତ । ତା ସହ ଶ୍ରୀଲଙ୍କା ଏବଂ ଅନ୍ୟ ଦେଶକୁ ବି ବୋଟ୍ରେ ଚାଲାଣ ହେଉଥିଲା ହେରୋଇନ । ସେମବାର ଦିନ ପାକିସ୍ତାନ ଚୋରା ନିଶା ବେପାରୀଙ୍କ ଏକ ରାକେଟକୁ ଧରିଛି ଭାରତୀୟ ତଟରକ୍ଷୀ ବାହିନୀ । ଗୋଇନ୍ଦା ତତଅୟ ଆଧାରରେ ଏକ ସ୍ବତନ୍ତ୍ର ଟିମ୍ ଜାଖାଉର ଉତ୍ତର ପଶ୍ଚିମରେ ଥିବା ବିଭିନ୍ନ୍ ସ୍ଥାନ ଉପରେ ଲଗାତର ଯାଞ୍ଚ ଅଭିଯାନ ଜାରି ରଖିଥିଲା ।ସେଥିରେ ଗୁଜରାଟ ପୋଲିସର ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍ (ଏଟିଏସ୍) ସହ ତଟରକ୍ଷୀ ବାହିନୀ (ଆଇସିଜି) ର ଏକ ଦଳମିଳିତ ଚଢାଉ କରି ଏକ ପାକିସ୍ତାନୀ ବୋଟ୍ରୁ ୧୭୫ କୋଟି ଟହ୍କାର ହେରୋଇନ ଜବତ କରିଛନ୍ତି ।ବୋଟ୍ଟି ଗୁଜରାଟର କଚ୍ଛ ସେକ୍ଟରରେ ଗଭୀର ସମୁଦ୍ରରେ ସନନ୍ଦିଗଧ୍ ଭାବେ ବିଚରଣ କରୁଥିବା ବେଳେ ତାକୁ ଗୋଡେଇ ଧରିଥିଲା ଏଟିଏସ ଏବଂ ଆଇସିଜେ ଟିମ୍ ।
ଏହି ଅପରେସନରେ ତଟରକ୍ଷୀ ବାହିନୀର ଦ୍ରୁତଗାମୀ ଇଣ୍ଟରସେପ୍ଟର ସାମିଲ ଥିଲା । ଉପକୂଳ ଦେଇ ଗୁଜୁରାଟକୁ ବିପୁଳ ନିଶା ଦ୍ରବ୍ୟ , ହେରୋଇନ ଆଦି ଆସୁଥିବା ଖବର ପାଇ ଏଟିଏସ୍ ଟିମ୍ ତଟରକ୍ଷୀ ବାହିନୀର ସହାୟତା ଲୋଡିଥିଲେ । ଜାଖାଉରେ ଏପରି ଚୋରା କାରବାରିଙ୍କ ଆତଯାତ ଥିବା ଖବର ପାଇ ଟିମ୍ ତାର ଅନୁସନ୍ଧାନ ଜାରି ରଖିଥିଲା । ଗଭୀର ସମୁଦ୍ରରେ ଏକ ମାଛ ଧରା ବୋଟ୍ ତଟରକ୍ଷୀ ବାହିନୀର ନଜରକୁ ଆସିଥିଲା । ବେଆଇ ଭାବେ ପାକିସ୍ତାନୀ ମତ୍ସ୍ୟଜୀବୀ ଭାରତୀୟ ସାମୁଦ୍ରିକ ସୀମାରେ ପଶିଥିବା ଭାବି ଇଣ୍ଟରସେପ୍ଟର ପ୍ରଥମେ ସେହି ବୋଟକୁ ପିଛା କରିଥିଲା । ତାପରେ ଗୋଇନ୍ଦା ସୂଚନା ପାଇ ସନ୍ଦେହରେ ଥିବା ଏଟିଏସ୍ ଏବଂ ଆଇସିଜି ଟିମ୍ ସେହି ବୋଟକୁ ପିଛା କରି ଜବତ କରିଥିଲେ । ଜାମ୍ଜାମ୍ ନାମକ ସେହି ବୋଟ୍ରେ ବିଭିନ୍ନ ପ୍ୟାକେଟ୍ରେ ଲୁଚାହୋଇଥିବା ୩୫ କିଲୋ ହେରୋଇନ ଜବତ କରିଛି ଏଟିଏସ୍- ଆଇସିଜି ଟିମ୍ । ଭୋଟ୍ରେ ଥିବା ୫ ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ପରିଚୟରୁ ପ୍ରମାଣ ମିଳିବା ସହ ସେମାନେ ମଧ୍ୟ ସଂପୃକ୍ତି ମିନିଥିବା ଜଣାଯାଇଛି ।ସେମାନଙ୍କୁ ଏଟିଏସ ଗିରଫ କରିଛି . ଗିରଫ ପାକ ନାଗରିକଙ୍କବୟସ ୩୦ ରୁ ୫୫ ବର୍ଷ, ମଧ୍ୟରେ ବୋଲି ଜଣାଯାଇଛି ।