ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନ: ମାଉଣ୍ଟ ତ୍ରିଶୂଳ ଆରୋହଣ କରୁଥିବା ନୌସେନାର ୫ ଯବାନ ଓ ପୋର୍ଟର ନିଖୋଜ

Published By : Prameya-News7 Bureau | October 01, 2021 IST

ଚମୋଲି ୦୧/୧୦ : ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନ ହୋଇଛି। ନୌସେନା ପର୍ବତାରୋହୀ ଦଳ ହିମସ୍ଖଳନର ଶିକାର ହୋଇଛନ୍ତି। ସୂଚନା ଅନୁଯାୟୀ, ନୌସେନାର ୨୦ ସଦସ୍ୟ ଟିମ ମାଉଣ୍ଟ ତ୍ରିଶୂଳ ଆରୋହଣ କରୁଥିଲେ। ଶୁକ୍ରବାର ସକାଳ ପ୍ରାୟ ସାଢେ ୫ଟା ସମୟରେ ଟିମର ୫ ସଦସ୍ୟ ଓ ତାଙ୍କ ସହ ଚାଲୁଥିବା ଏକ ପୋର୍ଟର ହିମସ୍ଖଳନର ଶିକାର ହୋଇଛି।

ଘଟଣା ପରଠୁ ୬ ଜଣ ନିଖୋଜ ଅଛନ୍ତି। ନୌସେନା ଓ ପ୍ରଶାସନ ସେମାନଙ୍କ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। କିନ୍ତୁ ଏବେ ସୁଦ୍ଧା ସେମାନଙ୍କର କୌଣସି ପତ୍ତା ମିଳିନାହିଁ। ନେହରୁ ପର୍ବତାରୋହଣ ସଂସ୍ଥା ତରଫରୁ ମଧ୍ୟ ଉଦ୍ଧାରକାରୀ ଟିମକୁ ମାଉଣ୍ଟ ତ୍ରିଶୂଳ ପଠାଯାଇଛି।

{"id":520579,"sizeSlug":"full","linkDestination":"none"}

ନୌସେନା ଟିମ ପ୍ରାୟ ୧୫ ଦିନ ପୂର୍ବରୁ ୭ ହଜାର ୧୨୦ ମିଟର ଉଚ୍ଚ ତ୍ରିଶୂଳ ପର୍ବତ ଆରୋହଣ ପାଇଁ ବାହାରିଥିଲା। ଶୁକ୍ରବାର ସକାଳୁ ଟିମ ଆଗକୁ ବଢ଼ିବାରୁ ଟିମ ତୁଷାର ଝଡ ସହ ସାମ୍ନା କରିଥିଲା। ଟିମର ୫ ସଦସ୍ୟ ଓ ପୋର୍ଟର ଏବଲାଞ୍ଚରେ ଫସିଗଲେ। ତାପରଠୁ ସେମାନେ ନିଖୋଜ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.